ଇରାନ ପୂର୍ବରୁ ଆଉ କେଉଁ ଦେଶ ବିମାନ ଖସାଇଛନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 10, 2020

ଇରାନ ପୂର୍ବରୁ ଆଉ କେଉଁ ଦେଶ ବିମାନ ଖସାଇଛନ୍ତି?

ତେହରାନ: ୧୭୬ ଯାତ୍ରୀଙ୍କୁ ନେଇ ଯାଉଥିବା ୟୁକ୍ରେନ ବିମାନ ଦୁର୍ଘଟଣାର କାରଣ ସାମ୍ନାକୁ ଆସିଛି। ଇରାନ ସରକାର କହିଛନ୍ତି, ଏକ ଇରାନୀ ମିସାଇଲ ଭୁଲରେ ୟୁକ୍ରେନର ଯାତ୍ରୀବାହୀ ବିମାନଟିକୁ ଟାର୍ଗେଟ କରିଥିଲା। ଫଳରେ ବିମାନଟି ମିସାଇଲ ମାଡ଼ର ଶିକାର ହୋଇ ଦୁର୍ଘଟଣାର ଶିକାର ହୋଇଥିଲା। ଏହାକୁ ମାନବୀୟ ଭୁଲ୍ ବୋଲି କହିଛି ଇରାନ୍। ୟୁକ୍ରେନ ଅନ୍ତର୍ଜାତୀୟ ବିମାନ ବୋଇଂ ୭୩୭-୮୦୦ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ବିମାନର କ୍ର୍ୟୁ ସଦସ୍ୟ ସହିତ ମୋଟ୍ ୧୭୬ ଜଣ ଯାତ୍ରୀ ଥିଲେ। ତେବେ ପୂର୍ବରୁ ମଧ୍ୟ ଇରାନ ଭଳି ଅନେକ ଦେଶ ଏଭଳି କରିଛନ୍ତି।

୧୭, ଜୁଲାଇ ୨୦୧୪: ମାଲେଶିଆ ବିମାନ ଦୁର୍ଘଟଣାର ଶିକାର, ୨୯୮ ଜଣଙ୍କର ମୃତ୍ୟୁ
ନେଦରଲ୍ୟାଣ୍ଡର ରାଜଧାନୀ ଏମ୍ସଟର୍ଡମରୁ କୁଆଲାଲାମପୁର ଯାଉଥିଲା ମାଲେଶିଆର ଏମଏଚ୧୭ ବିମାନ। ପୂର୍ବ ୟୁକ୍ରେନ ପାଖରେ ଏହି ବିମାନଟି ଖସି ପଡ଼ିଥିଲା। ଏହି ବିମାନ ଖସାଇବାରେ ୪ ଜଣ ସାମିଲ ଥିଲେ ବୋଲି ଅନ୍ତର୍ଜାତୀୟ ତଦନ୍ତକାରୀ ସଂସ୍ଥା କହିଥିଲା। ତିନି ଜଣ ରୁଷର ଗୁଇନ୍ଦା ସହ ଜଡ଼ିତ ଥିଲେ। ହେଲେ ଏହି ଦୁର୍ଘଟଣା ପଛରେ ରୁଷର ହାତ ନଥିବା କହିଥିଲେ ରୁଷ ସରକାର। ପଶ୍ଚିମ ଦେଶରେ ଥିବା ସରକାର କିନ୍ତୁ କୁହନ୍ତି, ରୁଷ ସରକାର ସମର୍ଥନରେ ଅଲଗାବବାଦି ଏହି ଆକ୍ରମଣ କରି ବିମାନ ଖସାଇଥିଲା।

୪ ଅକ୍ଟୋବର ୨୦୦୧, ସାଇବେରିଆ ବିମାନ ଅଟକ
୭୮ ଲୋକଙ୍କୁ ନେଇ ଏକ ବିମାନ ଇସ୍ରାଏଲର ରାଜଧାନୀ ତେଲ ଅବିବରୁ ନୋବୋସିବିସ୍କ ଯାଉଥିଲା। ହେଲେ ଏହା ରୁଷର ଫାଇଟର ଜେଟ୍ ଭାବି ୟୁକ୍ରେନ ସେନା ଆକ୍ରମଣ କରିଥିଲା।

୩ ଜୁଲାଇ ୧୯୮୮, ଇରାନ ବିମାନ ଉପରେ ଆମେରିକା ଆକ୍ରମଣ କରିଥିଲା
ଆମେରିକା ନୌସେନା ମିସାଇଲ ଆକ୍ରମଣ କରି ଇରାନ ବିମାନକୁ ଖସାଇ ଦେଇଥିଲା। ବିମାନରେ ଥିବା ୨୯୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଇରାନର ଏୟାରବସ ଏ୩୦୦ ଷ୍ଟେଟ ଅଫ୍ ହାର୍ମୁଜ ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା। ହେଲେ ଆମେରିକା କ୍ରୁଜ ମିସାଇଲ ଜରିଆରେ ଆକ୍ରମଣ କରି ଖସାଇ ଦେଇଥିଲା। ଆମେରିକା ଏହା ପରେ ସ୍ପଷ୍ଟୀକରଣ ରଖି କହିଥିଲା, ଫାଇଟର ଜେଟ୍ ଭାବି ସେ ମିସାଇଲ ଆକ୍ରମଣ କରିଥିଲା।

୧ ସେପ୍ଟେମ୍ୱର, ୧୯୮୩: ସୋଭିଏତ ଆକ୍ରମଣରେ କୋରିଆ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା
ତତ୍କାଳୀନ ସୋଭିଏତ ସଂଘର ଫାଇଟର ଜେଟ୍ କୋରିଆର କେଏଏଲ ୦୦୭ ବିମାନ ଉପରେ ଆକ୍ରମଣ କରିଥିଲା। ଏଥିରେ କ୍ର୍ୟୁ ସଦସ୍ୟ ସହିତ ସମସ୍ତ ୨୬୯ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ ସୋଭିଏତ ସଂଘ କହିଥିଲା ଏହି ବିମାନଟି ଗୁଇନ୍ଦା କାମରେ ଯାଉଥିଲା।

୨୭ ଜୁନ୍, ୧୯୮୦: ଇଟାଲୀ ନିଜ ବିମାନକୁ ଖସାଇ ଦେଇଥିଲା
ଇଟାଲୀ ନିଜ ବିମାନ ଇଟାଭିଆ ୮୭୦କୁ ମିସାଇଲ ଜରିଆରେ ଆକ୍ରମଣ କରି ଖସାଇ ଦେଇଥିଲା। ବିମାନରେ ଥିବା ସମସ୍ତ ୮୧ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ମିସାଇଲ କାହିଁକି ଆକ୍ରମଣ କରିଥିଲା ସେ ବାବଦରେ କିଛି ତଥ୍ୟ ଜଣାପଡ଼ିନି।

ବିମାନ ଖସାଇଲା ଜିମ୍ୱାଓ୍ୱେ
୩ ସେପ୍ଟେମ୍ୱର ୧୯୭୮ ଏବଂ ୧୨ ଫେବୃଆରୀ ୧୯୭୯ରେ ଜିମ୍ୱାଓ୍ୱେ ସମାନ ଭୁଲ୍ କରିଥିଲା। ମିସାଇଲ ଜରିଆରେ ଦୁଇଟି ବିମାନ ଖସାଇ ଥିଲା ଜିମ୍ୱାଓ୍ୱେ। ଏଥିରେ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିଲା।

୨୧ ଫେବୃଆରୀ, ୧୯୭୩: ଇସ୍ରାଏଲ ଖସାଇଥିଲା ବିମାନ
ଲିବିଆର ରାଜଧାନୀ ତ୍ରିପୋଲିରୁ କାହିରା ଯାଉଥିଲା ବୋଇଙ୍ଗ ୭୨୭-୨୦୦ ବିମାନ। ଇସ୍ରାଏଲ ମିସାଇଲ ମାଡ଼ କରି ବିମାନଟିକୁ ଖସାଇ ପକାଇଥିଲା। ଏଥିରେ ୧୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଜୀବନ ବଞ୍ଚାଇ ପାରିଥିଲେ।

୧୯୫୫: ଇସ୍ରାଏଲର ବିମାନ ଖସାଇଲା ବୁଲଗାରିଆ
ଲଣ୍ଡନରୁ ତେଲ ଅବିବ ଯାଉଥିବା ଇସ୍ରାଏଲର ବିମାନକୁ ଖସାଇଥିଲା ବୁଲଗାରିଆ। ଏହି ଘଟଣାରେ ବିମାନରେ ଥିବା ସମସ୍ତ ୫୮ ଲୋକଙ୍କର ମୃତ୍ୟୁ ଘଟିଥିଲା। ଅନ୍ତର୍ଜାତୀୟ ଚାପରେ ବୁଲଗାରିଆ ଇସ୍ରାଏଲକୁ ଏଥିପାଇଁ ୨ ଲକ୍ଷ ଡଲାର ସେତେବେଳେ ଦେଇଥିଲା।

୨୩ ଜୁଲାଇ ୧୯୫୪: ଚୀନ ଖସାଇ ପକାଇଲା ବ୍ରିଟିଶ ବିମାନ
ଚୀନ ଫାଇଟର ଜେଟ୍ ବ୍ରିଟେନର ବିମାନ ଡିସି-୩କୁ ଖସାଇଥିଲା। ଏହି ଘଟଣାରେ ବିମାନରେ ଥିବା ୧୮ ଲୋକଙ୍କ ମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ଚୀନ କହିଥିଲା ସେ ତାଇଓ୍ୱାନର ଫାଇଟର ଜେଟ୍ ଭାବି ଆକ୍ରମଣ କରିଥିଲା।

୨୪ ଅଗଷ୍ଟ, ୧୯୩୮: ଜାପାନ ସେନା ଖସାଇଲା ବିମାନ
ଜାପାନର ୫ ସେନା ବିମାନ ଚୀନ-ଆମେରିକା ବିମାନ ଡିସି-୨କୁ ଖସାଇ ଦେଇଥିଲା। ଏହି ବିମାନଟି ହଙ୍ଗକଙ୍ଗରୁ ଚୀନର ଚାଁନ୍ଗାକିଙ୍ଗ ଅଭିମୁଖେ ଯାଉଥିଲା। ଏହି ଘଟଣାରେ ୧୪ ଲୋକଙ୍କ ମୃତ୍ୟୁ ଘଟିଥିଲା। ହେଲେ ଆମେରିକାର ପାଇଲଟ କିନ୍ତୁ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଏହି ସମୟରେ ଚୀନ ଏବଂ ଜାପାନ ମଧ୍ୟରେ ଯୁଦ୍ଧ ଚାଲୁଥିଲା।



from Odisha Reporter https://ift.tt/2TeSLaW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages