ସଞ୍ଜ ନଇଁଲେ ଏଠି ଲଣ୍ଠନ ଓ ଡିବିରି ଆଲୁଅ ସାହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 11, 2020

ସଞ୍ଜ ନଇଁଲେ ଏଠି ଲଣ୍ଠନ ଓ ଡିବିରି ଆଲୁଅ ସାହା

ରେଢ଼ାଖୋଲ (ରମାକାନ୍ତ  ମହାନନ୍ଦ): ସଞ୍ଜ ନଇଁଲେ ଖୋଜା ପଡ଼େ ଲଣ୍ଠନ ଓ ଡିବିରି। ଆଉ କେହି କେହି ସୋଲାର ଟର୍ଚ୍ଚ ବ୍ୟବହାର କରନ୍ତି। କାରଣ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ। ହେଲେ ଏହା ଗୋଟିଏ ଗାଁର କଥା ନୁହେଁ। ୧୬ଟି ଗାଁରେ ଲୋକେ ବର୍ଷ ବର୍ଷ ଧରି ଏମିତି ଭାବେ ଚଳୁଛନ୍ତି। ଏସବୁ ଗାଁଗୁଡ଼ିକ ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ବିଦ୍ୟୁତ୍‌ ଡିଭିଜନ ଅଧୀନରେ ରହିଛି।

୨୦୧୭ ମସିହାରେ ଦୀନଦୟାଲ ଉପାଧ୍ୟାୟ ଯୋଜନାରେ ରେଢ଼ାଖୋଲ ବିଦ୍ୟୁତ୍‌ ଡିଭିଜନର ନିଘଞ୍ଚ ଜଙ୍ଗଲ ଅଞ୍ଚଳରେ ଥିବା ୧୯ଟି ଗାଁକୁ ବିଦ୍ୟୁତ୍ ସଂଯୋଗ ପାଇଁ ବ୍ୟବସ୍ଥା ହୋଇଥିଲା। ଏହି  କାମ ଏଲଏନ୍‌ଟି କମ୍ପାନୀକୁ ଦିଆଯାଇଥିଲା। କମ୍ପାନୀ କୋଟି କୋଟି ଟଙ୍କା ବ୍ୟୟରେ ବିଦ୍ୟୁତ୍ ଖୁଣ୍ଟ ଲଗାଇଲା ଓ ତାର ଟାଣିଲା। ସେହିଭଳି ଟ୍ରାନ୍ସଫର୍ମର ବସାଇବା ସହ ଘରେ ଘରେ ମିଟର ବୋର୍ଡ ଲଗାଇଲା। ହେଲେ ରେଢାଖୋଲ ସେକ୍ସନରେ ୬ଟି ଗାଁ,  ନାକଟିଦେଉଳ ସେକ୍ସନରେ ୯ଟି ଗାଁ ଓ ହାତୀବାରୀ ସେକ୍ସନର ଗୋଟିଏ ଗାଁକୁ ଏଯାଏଁ ବିଦ୍ୟୁତ୍ ସଂଯୋଗ ହୋଇପାରିନି। ଲାଗିଥିବା ୧୧ କେଭି ବିଜୁଳି ତାରରେ କିଛି ତ୍ରୁଟି ଥିବା ଯୋଗୁ ବିଦ୍ୟୁତ୍ ସଂଯୋଗ କରାଯାଇ ନଥିବା ଜଣାପଡ଼ିଛି। ଫଳରେ ୧୬ଟି ଗାଁ ଲୋକେ ଅନ୍ଧାରରେ ଜୀବନ କାଟୁଛନ୍ତି। ଏନେଇ ଗାଁ ଲୋକମାନେ ବିଭିନ୍ନ ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ହୋଇ ନଥିବା କହିଛନ୍ତି।

କଇଁଙ୍ଗ ଗାଁର ଟୁନି ଦେହୁରୀ କହିଛନ୍ତି, “ଆମ ଗାଁରେ ବିଜୁଳି ନାହିଁ। ତାର ଟାଣି ଦେଇଛନ୍ତି। ଖୁଣ୍ଟ ପୋତି ଦେଇଛନ୍ତି। ମିଟର ମଧ୍ୟ ସମସ୍ତଙ୍କ ଘରେ ଲାଗିଛି। ଏଥିସହ ପାଞ୍ଚୋଟି ବଲବ୍‌ ବି ଆମ ସରପଞ୍ଚ ଦେଇଛି। ହେଲେ ସେ ସବୁ କିଛି କାମକୁ ଆସୁନି।”

ସେହିପୀ କଇଁଙ୍ଗ ଗାଁର ପିତାମ୍ୱର ନାଗ କହିଛନ୍ତି, “ଆମେ ବହୁତ ଅସୁବିଧାରେ ରହୁଛୁ। ଗାଁକୁ ଜଙ୍ଗଲ ପାହାଡ଼ ମାଡ଼ିକି ଅଛି। ଲାଇନ୍ ନଥିବାରୁ ପିଲାମାନେ ପାଠ ପଢ଼ି ପାରୁ ନାହାନ୍ତି। ଡିବିରି ଲାଗାଉଛୁ। ହେଲେ ଯଥେଷ୍ଟ ପରିମାଣର କିରାସିନି ମିଳୁନାହିଁ।”

୬ ମାସ ତଳେ କଇଁଙ୍ଗ ଗାଁ ସ୍କୁଲକୁ ଜିଲ୍ଲାପାଳ ଆସିଥିଲେ। ଏହି ସମୟରେ ସ୍କୁଲର ଶିକ୍ଷକମାନେ ମଧ୍ୟ ଗାଁରେ ବିଦ୍ୟୁତ୍ ନଥିବା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ।

ରେଢ଼ାଖୋଲ ବିଦ୍ୟୁତ୍ ବିଭାଗର ଏସ୍‌ଡିଓ ଦୀପକ କୁମାର ରାଉତ କହିଛନ୍ତି, “ଏ ସମ୍ପର୍କରେ ଓପିଟିସିଏଲ୍‌କୁ ଚିଠି କରାଯାଇଛି।  ଖୁବଶୀଘ୍ର ଏକ ଟିମ୍‌ ଆସି ତଦନ୍ତ କରିବ ଏବଂ ସମସ୍ୟାର ସମାଧାନ କରାଯାଇ ଗାଁ ଗୁଡ଼ିକୁ ବିଜୁଳି ସଂଯୋଗ କରାଯିବ।”

ତିନି ବର୍ଷ ତଳେ ବିଦ୍ୟୁତ୍ ଖୁଣ୍ଟ ପୋତା ହେଲା ବେଳେ ଏହି ୧୬ଟି ଗାଁରେ ଲୋକେ ଖୁସି ହୋଇଯାଇଥିଲେ। ଭାବିଥିଲେ ବିଦ୍ୟୁତ୍ ଆସିବ ଓ ସେମାନଙ୍କ ଦୁଃଖ ଦୂର ହେବ। କିନ୍ତୁ ସେମିତି ହେଲାନି। ଏବେବି ଅନ୍ଧାରରେ ଅଛନ୍ତି ସେମାନେ। ତେବେ କେବେ ଏହି ଗାଁଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ ହେଉଛି, ତାହା ଦେଖିବା ବାକି ରହିଲା।



from Odisha Reporter https://ift.tt/2FKFYVn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages