ଆମେରିକା-ଇରାନ ମଧ୍ୟରେ ବିବାଦ, ବଢ଼ିଲା ଭାରତର ଟେନସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 3, 2020

ଆମେରିକା-ଇରାନ ମଧ୍ୟରେ ବିବାଦ, ବଢ଼ିଲା ଭାରତର ଟେନସନ

ନୂଆଦିଲ୍ଲୀ: ଆମେରିକା ସେନାର ଏୟାର ଷ୍ଟ୍ରାଇକରେ ଇରାନର ମେଜର ଜେନେରାଲ କସିମ ସୁଲେମାନୀ ନିହତ ହୋଇଛନ୍ତି। ଏହାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ବିବାଦ ବଢ଼ିଛି। ଏହାର ପ୍ରଭାବ ଅନ୍ତର୍ଜାତୀୟ ବଜାରରେ ପଡ଼ିବାରୁ ଭାରତ ପାଇଁ ଟେନସନ ବଢ଼ିଛି। ଦେଶରେ ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାରୀ ବଢ଼ିଥିବା ବେଳେ ଏବେ ତେଲ ଦର ମହଙ୍ଗା ହେବାକୁ ଯାଉଛି। କାରଣ ଇରାନ ଦେଇ ଅଶୌଧିତ ତେଲ ସାରା ବିଶ୍ୱକୁ ଯାଉଛି। ଏବେ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୩ ଡଲାର ବଢ଼ିଛି। ଗତକାଲି ବଜାର ବନ୍ଦ ହେବା ବେଳକୁ ବ୍ୟାରେଲ ପିଛା ତେଲ ୭୦ ଡଲାରରେ ପହଞ୍ଚିଥିଲା। ଆମେରିକା-ଇରାନ ମଧ୍ୟରେ ବିବାଦ ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ମଧ୍ୟ ୪୪ ପଇସା ଦୁର୍ବଳ ହୋଇଛି। ଏବେ ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୭୧.୮୧ ପଇସା।

ଏବେ ଖାଲି ଅଶୌଧିତ ତେଲର ଦାମ ବଢ଼ିବନି ଏହାସହିତ ତେଲ ଆମଦାନୀରେ ମଧ୍ୟ ଅନେକ ବାଧା ଉପୁଜିବ। ଯାହାକି ଭାରତ ପାଇଁ ଡ଼ବଲ ଟେନସନ। ତେଣୁ ତେଲର ଦାମ ଏବେ ଦୁଇ ଗଣା ବଢ଼ିବ ବୋଲି ଆକଳନ କରାଯାଉଛି। ତେଲ ଦର ମହଙ୍ଗା ହେବା ପରେ ଏହାର ପ୍ରଭାବ ଘରୋଇ ବଜେଟ, ପରିବହନ ସେବା ଆଦି ସମସ୍ତ ଉପରେ ପଡ଼ିବ। ତେଣୁ ଏବେ ତେଲ ଦରକୁ ନିୟନ୍ତ୍ରଣ କରିବାକୁ ଯାଇ କେନ୍ଦ୍ର ସରକାରଙ୍କୁ ଅନେକ ପଦକ୍ଷେପ ନେବାକୁ ହେବ। ଯାହାକି ସରକାରଙ୍କ ପ୍ରସ୍ତାବିତ ଆଗାମୀ ଯୋଜନା ଉପରେ ପ୍ରଭାବ ପକାଇପାରେ।

ଭାରତ ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ୮୦ ପ୍ରତିଶତ ତେଲ ଆମଦାନୀ କରିଥାଏ। ୭୦ ପ୍ରତିଶତ ତେଲ ଓପିଇସି ଦେଶରୁ ଆମଦାନୀ କରିଥାଏ। ୧୪ଟି ତୈଳ ଉତ୍ପାଦନକାରୀ ଦେଶକୁ ନେଇ ଓପିଇସି ଗଠନ ହୋଇଛି। ଏହି ଦେଶ ମାନଙ୍କ ମଧ୍ୟରୁ ଇରାକ ସବୁଠୁ ଅଧିକ ତେଲ ଉତ୍ପାଦନ କରିଥାଏ। ପ୍ରତିଦିନ ୪.୭ ମିଲିଅନ ବ୍ୟାରେଲ ତେଲ ଉତ୍ପାଦନ କରିଥାଏ ଏହି ଦେଶ। ସେହିପରି ସାଉଦି ଆରବ, କୁଓ୍ୱେତ ଏବଂ ଇରାନ ମିଶି ମୋଟ୍ ୧୫ ମିଲିଅନ ତେଲ ଉତ୍ପାଦନ କରିଥାନ୍ତି। ସବୁଠୁ ବଡ଼ ସମସ୍ୟା ହେଲା ତେଲ ଆମଦାନୀ କରିବା ପାଇଁ ମୁଖ୍ୟ ରାସ୍ତା ହେଉଛି ଷ୍ଟ୍ରେଟ୍ ଅଫ୍ ହୋର୍ମୁଜା ରହିଛି। ଯଦି ଆଗାମୀ ଦିନରେ ଯୁଦ୍ଧ ପରିସ୍ଥିତି ଉପୁଜିବ ତାହେଲେ ଏହି ଷ୍ଟ୍ରେଟ୍ ଅଫ୍ ହୋର୍ମୁଜା ରାସ୍ତାକୁ ବନ୍ଦ କରିଦେବ ବୋଲି ଇରାନ୍ ଧମକ ଦେଇଛି। ତେଣୁ ଆମେରିକା-ଇରାନ ମଧ୍ୟରେ ଉପୁଜିଥିବା ସ୍ଥିତି ତେଲ ଆମଦାନୀରେ ବାଧକ ସାଜିପାରେ। ଯାହା ବିଶ୍ୱର ବଜାର ଉପରେ ପ୍ରଭାବ ପକାଇବ।

ଗତକାଲି ଇରାନର ମେଜର ଜେନେରାଲ ସୁଲେମାନୀଙ୍କ ମୃତ୍ୟୁ ଖବର ଆସିବା ପରେ ସେନସେକ୍ସ ଏବଂ ନିଫ୍ଟିରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି। ସେନସେକ୍ସ ୧୬୨ ଅଙ୍କ ଏବଂ ନିଫ୍ଟି ୫୫ ଅଙ୍କରେ ବନ୍ଦ ହୋଇଛି। ଏବେ ପୁଞ୍ଜିନିବେଶକାରୀ ସେୟାର ବଜାରରରୁ ସେୟାର ବାହାର କରିନେଇ ସୁନାରେ ନିବେଶ କରୁଛନ୍ତି। ଏହାର ପ୍ରଭାବରେ ଶୁକ୍ରବାର ସୁନାର ଦାମ ୭୫୨ ଟଙ୍କା ବଢ଼ି ଦିଲ୍ଲୀରେ ସୁନା ୧୦ ଗ୍ରାମ ପିଛା ୪୦,୬୫୨ ଟଙ୍କାରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଆମେରିକା ସେନାର ଏୟାର ଷ୍ଟ୍ରାଇକରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କର ମୃତ୍ୟୁ ଘଟିଛି। ଇରାକର ବାଗଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଯାଉଥିବା ବେଳେ ଆମେରିକା ସେନା ଏୟାର ଷ୍ଟ୍ରାଇକ କରିବାରୁ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଆମେରିକାର ଏଭଳି ପଦକ୍ଷେପକୁ ଇରାନ ନାପସନ୍ଦ କରିଛି। ଆମେରିକାର ଏଭଳି କାମ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ସମାନ ବୋଲି ଇରାନର ବୈଦେଶିକ ମନ୍ତ୍ରୀ ଜଓ୍ୱାଦ ଜରିଫ କହିଛନ୍ତି। ଆଗାମୀ ଦିନରେ ଆମେରିକାକୁ ଏହାର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ସେ ଚେତାବନୀ ଦେଇଛନ୍ତି। ଇରାନରେ ଆମେରିକା ବିରୋଧରେ ଜନ ଅସନ୍ତୋଷ ତେଜିଛି। ଲୋକମାନେ ରାସ୍ତାକୁ ଆସି ଆମେରିକାର ଟ୍ରମ୍ପ ସରକାର ନାରାବାଜି କରୁଛନ୍ତି।



from Odisha Reporter https://ift.tt/2tuUYnu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages