କୋଣାର୍କ(ସଞ୍ଜୟ ପତି) : ମାଡ଼ି ଆସିଲା ଖଣ୍ଡିଆଭୂତ। ପୁରୀ ଜିଲ୍ଲା ଅସ୍ତରଙ୍ଗ ନୂଆଗଡ଼ ଗାଁରେ ହଠାତ୍ ଖଣ୍ଡିଆଭୂତ ମାଡ଼ି ଆସିବାରୁ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି।
ଆଜି ଦିନ ୧୦ଟା ସମୟରେ ଖଣ୍ଡିଆଭୂତ ହଠାତ୍ ମାଡ଼ି ଆସି ନୂଆଗଡ଼ ଗାଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ବସନ୍ତ ନାୟକ ନାମକ ବ୍ୟକ୍ତିଙ୍କ ୨ଟି କୁଟା ଗଦାକୁ ଉଡ଼ାଇ ଦେବା ସହ ବାଡ଼ିରେ ଥିବା ଏକ ଟ୍ରାକ୍ଟରକୁ ମଧ୍ୟ ଓଲଟାଇ ଦେଇଛି। ଏହାସହ ଏକ ଘରର ଆଜ୍ବେଷ୍ଟସ୍ ମଧ୍ୟ ଉଡ଼ାଇ ଦେଇଛି।
ମାତ୍ର ୩ ମିନିଟ୍ ପର୍ଯ୍ୟନ୍ତ ହୋଇଥିବା ଏହି ଖଣ୍ଡିଆ ଭୂତର ପବନର ବେଗ ଏତେ ପ୍ରଖର ଥିଲା ଯେ ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ। ହେଲେ ଏହାର ପ୍ରଭାବରେ ବିଶେଷ କ୍ଷତିଗ୍ରସ୍ତ ହୋଇନଥିବା ଜଣାପଡ଼ିଛି।
from Odisha Reporter https://ift.tt/38O03qu
No comments:
Post a Comment