ମୁମ୍ବାଇ: ପୁଣି ଥରେ ଭାରତରେ ରିଲିଜ୍ ହେବ ଚର୍ଚ୍ଚିତ ହଲିଉଡ୍ ଫିଲ୍ମ ‘ଜୋକର୍’। ୱାକିନ୍ ଫୋନିକ୍ସଙ୍କ ଅଭିନୀତ ଏହି ଫିଲ୍ମକୁ ଫେବୃଆରୀ ୧୪ରେ ଭାରତରେ ରିଲିଜ୍ କରାଯିବ। ଫିଲ୍ମଟି ପ୍ରଥମେ ଅକ୍ଟୋବର ୨ରେ ଭାରତରେ ରିଲିଜ୍ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସ୍ରେ ସବୁ ରେକର୍ଡ୍ ଭାଙ୍ଗିଦେଇଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ଏହାକୁ ପୁଣି ରିଲିଜ୍ କରାଯାଉଛି।
ଫିଲ୍ମ ରିଲିଜ୍କୁ ଏତେ ଦିନ ବିତିଗଲା ପରେ ବି ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଫିଲ୍ମ ଜଗତର ସବୁଠୁ ପ୍ରତିଷ୍ଠିତ ଆୱାର୍ଡ଼ ‘ଓସ୍କର୍’ର ଘୋଷଣା ହୋଇସାରିଛି। ଆଉ ଏଥିରେ ଶ୍ରେଷ୍ଠ ଫିଲ୍ମ ପାଇଁ ‘ଜୋକର୍’ର ନାଁ ମନୋନୀତ ହୋଇଛି। ଟୋଡ୍ ଫିଲିପ୍ସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ୱାକିନ୍ ଫୋନିକ୍ସଙ୍କ ଜଣେ ମାନସିକ ରୂପରେ ଅସ୍ଥିର ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଚମତ୍କାର ଅଭିନୟ ହିଁ ଏହି ଫିଲ୍ମର ସଫଳତାର ମୂଳ କାରଣ। ଦର୍ଶକଙ୍କୁ ତାଙ୍କ ଅଭିନୟ ବେଶ୍ ପସନ୍ଦ ଆସିଛି।
ସୂଚନା ଅନୁଯାୟୀ ‘ଜୋକର’ ଦିଲ୍ଲୀ, ବେଙ୍ଗାଲୁରୁ, ଗୁରୁଗାଓଁ, ନୋଏଡ଼ା, ଚେନ୍ନାଇ, କୋଲକତା, ପୁଣେ, ହାଇଦ୍ରାବାଦ, ଜୟପୁର, ଅହମ୍ମଦାବାଦ ସମେତ ଅନ୍ୟ ସହରଗୁଡ଼ିକରେ ରିଲିଜ୍ ହେବ। ତେବେ ସେହି ଦିନ ଅର୍ଥାତ୍ ଫେବୃଆରୀ ୧୪ରେ ଦିନ ସାରା ଅଲ୍ଲୀ ଖାଁ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ‘ଲଭ୍ ଆଜ୍ କଲ୍’ ମଧ୍ୟ ରିଲିଜ୍ ହେଉଛି। ତେଣୁ ‘ଜୋକର୍’ ପ୍ରତି ଥିବା ଲୋକପ୍ରିୟତା ଯୋଗୁ ଲଭ୍ ଆଜ୍ କଲ୍ର ବ୍ୟବସାୟ ଉପରେ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି।
from Odisha Reporter https://ift.tt/2u107V7
No comments:
Post a Comment