ରାୟପୁର: ମଙ୍ଗଳବାର ସିଆରପିଏଫର ଏକ ଟିମ୍ ଜଣେ ପ୍ରସୂତି ମହିଳାଙ୍କୁ ଖଟିଆରେ ବୋହି ନେଇ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଏବେ ପ୍ରସୂତି ଜଣଙ୍କ ଛତିଶଗଡ଼ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଡାକ୍ତର ଏବେ ତାଙ୍କୁ ଅବଜରଭେସନରେ ରଖିଛନ୍ତି।
ଛତିଶଗଡ଼ ବିଜପୁର ଜିଲ୍ଲାର ପଦେଦା ଗାଁରେ ସିଆରପିଏଫ ଯବାନ ମାନେ ମଙ୍ଗଳବାର ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଗାଁ ଲୋକମାନେ ଯବାନଙ୍କୁ ପ୍ରସୂତିଙ୍କ ବାବଦରେ ଖବର ଦେଇଥିଲେ। ପ୍ରସୂତି ଜଣଙ୍କ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପାଟ୍ରୋଲିଂ ଟିମ୍ ପାଖରେ ଯଦିଓ କିଛି ଔଷଧ ଥିଲା, ହେଲେ ଏହି ଯନ୍ତ୍ରଣାକୁ ଲାଘବ କରିବା ପାଇଁ ଯଥେଷ୍ଟ ନଥିଲା।
ଏହାପରେ ଯବାନ ମାନେ ପ୍ରସୂତିଙ୍କୁ ଖଟିଆ ସାହାଯ୍ୟରେ କାନ୍ଧରେ ବୋହି ନେଇଥିଲେ। ମାଟି ଭର୍ତ୍ତି ଅଣ ଓସାରିଆ ରାସ୍ତାରେ ୬ କିଲୋମିଟର ପର୍ଯ୍ୟନ୍ତ ପ୍ରସୂତିଙ୍କୁ ବୋହିବା ପରେ ଖଟିଆରେ ବୋହି ଆଣିଥିଲେ। ଏହାପରେ ଏକ ଆମ୍ୱୁଲାନ୍ସ ଯୋଗେ ପ୍ରସୂତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ଯବାନମାନେ।
ହସ୍ପିଟାଲ କତ୍ତୃପକ୍ଷ କହିଛନ୍ତି, ପ୍ରସୂତିଙ୍କ ଘର ବିଜାପୁର ଜିଲ୍ଲା ପଦେଦା ଗାଁ। ତାଙ୍କ ନାମ ବୋଦି। ଏବେ ସେ ଡାକ୍ତରଙ୍କ ଅବଜରଭେସନରେ ରହିଛନ୍ତି।
from Odisha Reporter https://ift.tt/37gooFb
No comments:
Post a Comment