୩୧ରୁ ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିବ ବିମାନ, ଭାୟା ଭୁବନେଶ୍ୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 21, 2020

୩୧ରୁ ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିବ ବିମାନ, ଭାୟା ଭୁବନେଶ୍ୱର

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଜାନୁଆରୀ ୩୧ରୁ ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିବ ବିମାନ । ଆଲାଏନ୍ସ ଏୟାର୍ ପକ୍ଷରୁ  ଆରମ୍ଭ ହେବାକୁ ଥିବା ଏହି ବିମାନ ସେବା ଭାୟା ଭୁବନେଶ୍ୱର ହୋଇଯିବ । ଏହାଦ୍ୱାରା ଭୁବନେଶ୍ୱରରୁ ମଧ୍ୟ ଯାତ୍ରୀମାନେ ବାରାଣସୀକୁ ସିଧାସଳଖ ବିମାନ ସେବା ପାଇପାରିବେ । ପୂର୍ବରୁ ଏଥିପାଇଁ ଯାତ୍ରୀଙ୍କୁ ଭୁବନେଶ୍ୱରରୁ ଭାୟା ଦିଲ୍ଲୀ ହୋଇ ଯିବାକୁ ପଡ଼ୁଥିଲା ।

କେବଳ ଏତିକି ନୁହେଁ, ଜାନୁଆରୀ ୨୭ରୁ ଝାରସୁଗୁଡ଼ାରୁ କୋଲକାତାକୁ ସିଧାସଳଖ ବିମାନ ସେବା ଆରମ୍ଭ କରୁଛି ଆଲାଏନ୍ସ ଏୟାର୍ । ଏହି ଦୁଇଟି ଦୈନିକ ବିମାନ ସେବା ଆରମ୍ଭ ହେବା ପରେ ଝାରସୁଗୁଡ଼ାରୁ କୋଲକାତା ଓ ବାରାଣାସୀକୁ ଖୁବ୍ କମ୍ ସମୟରେ  ଯାତ୍ରୀ ପହଞ୍ଚିପାରିବେ ବୋଲି କହିଛନ୍ତି ଝାରସୁଗୁଡା ବିମାନ ବନ୍ଦର ନିର୍ଦେଶକ ସୁଦେଶ କୁମାର ଚୌହାନ।

ଝାରସୁଗୁଡ଼ାରୁ କୋଲକାତା ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିବାକୁ ଥିବା ବେଳେ, ବାରାଣସୀକୁ ଭାୟା ଭୁବନେଶ୍ୱର ହୋଇ ପ୍ରାୟ ସାଢ଼େ ୩ ଘଣ୍ଟା ସମୟ ଲାଗିବ । ଉଡ଼ାଣ-୩ ଯୋଜନାରେ ଆଲାଏନ୍ସ ଏୟାର୍ ପକ୍ଷରୁ ଝାରସୁଗୁଡ଼ାରୁ ପୂର୍ବରୁ କେବଳ ଭୁବନେଶ୍ୱର ଓ ରାୟପୁରକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେଉଥିଲା । କୋଲକାତାକୁ ସିଧାସଳଖ ସ୍ପାଇସ୍ ଜେଟ୍ ବିମାନ ଉଡ଼ୁଥିଲା।

ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଝାରସୁଗୁଡା କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟ ଲୋକ ବେଶ ଉପକୃତ ହେଉଛନ୍ତି । ଝାରସୁଗୁଡାରୁ ନିୟମିତ ବିମାନ ସେବା ମିଳିବା ପରେ ଏବେ ଝାରସୁଗୁଡା ବିମାନ ବନ୍ଦର ଉପରେ ସମଗ୍ର ପଶ୍ଚିମ ଓଡିଶାବାସୀ ନିର୍ଭରଶୀଳ । ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ଯାତ୍ରୀମାନେ ମଧ୍ୟ ଏହାଦ୍ୱାରା ସୁଫଳ ପାଇପାରୁଛନ୍ତି ।



from Odisha Reporter https://ift.tt/2Rfs5VN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages