ବ୍ରୁଶଲେସ: ୟୁରୋପ ଏବଂ ଉତ୍ତର ଆମେରିକାର ସେନାକୁ ନେଇ ଗଠିତ ନାଟୋ ଇରାକରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବାତିଲ୍ କରିଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦକୁ ଦେଖି ନାଟୋ ଏହି ନିଷ୍ପତ୍ତି ନେଇଛି। ଇସଲାମିକ ଜିହାଦୀଙ୍କ ଆକ୍ରମଣରୁ ସୁରକ୍ଷା ପାଇଁ ଇରାକ ସରକାରଙ୍କ ପକ୍ଷରୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନାଟୋ ଦ୍ୱାରା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥାନ୍ତା।
ନାଟୋର ମୁଖପାତ୍ର ଡ୍ୟାଲନ ହ୍ୱାଇଟ୍ କହିଛନ୍ତି, ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ବାତିଲ୍ ହୋଇନାହିଁ। ହେଲେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦକୁ ଦେଖି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସାମୟିକ ବାତିଲ୍ କରାଯାଇଛି। ଆମେରିକା ପ୍ରତିରକ୍ଷା ବିଭାଗ ସହିତ ଏ ବାବଦରେ ସେ ଆଲୋଚନା କରିଥିବା କହିଛନ୍ତି।
NATO temporarily suspends training mission in Iraq; spokesman says NATO 'monitoring the situation in the region very closely' after U.S. air strike killed top Iranian general Qassem Soleimani in Baghdad
— CBC News Alerts (@CBCAlerts) January 4, 2020
ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ଏଏଫପିକୁ ଆମେରିକା ପ୍ରତିରକ୍ଷା ବିଭାଗର ଜଣେ ପ୍ରତିକ୍ରିୟା ଦେଇ କହିଛନ୍ତି, ଜିହାଦୀଙ୍କ ସହିତ ଲଢ଼ିବା ପାଇଁ ଆମେରିକା ହିଁ ଇରାକ ସେନାବାହିନୀକୁ ସମର୍ଥନ କରୁଛି।
ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଇରାକର ବାଗଦାଦ ବିମାନବନ୍ଦରକୁ ଯାଉଥିଲେ ଇରାନର ମେଜେର ଜେନେରାଲ ସୁଲେମାନୀ। ଏହି ସମୟରେ ଆମେରିକା ସେନାର ଏୟାର ଷ୍ଟ୍ରାଇକ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଏହାପରେ ଦୁଇ ଦେଶ ମଧ୍ୟରେ ବିବାଦ ତେଜିଛି।
from Odisha Reporter https://ift.tt/2rWO9ef
No comments:
Post a Comment