ଟିଭି ପରଦାରୁ ଦୂରେଇ ରହି ଚାଷ କରୁଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 4, 2020

ଟିଭି ପରଦାରୁ ଦୂରେଇ ରହି ଚାଷ କରୁଛନ୍ତି

ମୁମ୍ବାଇ: ଷ୍ଟାରପ୍ଲସ୍‌ର ହିଟ୍‌ ଧାରାବାହିକ ‘ଦୀୟା ଔର ବାତୀ ହମ୍‌’ରେ ସୂରଜ ଭୂମିକାରେ ଅଭିନୟ କରିଥିବା ଅନସ୍ ରଶିଦ୍ ବହୁତ ଦିନ ହେଲାଣି ଟେଲିଭିଜନ୍ ପରଦାରୁ ଦୂରେଇ ରହିଛନ୍ତି। ସେ ମୁମ୍ବାଇରୁ ନିଜ ଗାଁକୁ ଫେରିଯାଇ ଚାଷ କାମରେ ବ୍ୟସ୍ତ ଅଛନ୍ତି।

View this post on Instagram

😎😎

A post shared by Anas Rashid (@anasrashidactor) on

ସୂଚନା ଅନୁଯାୟୀ, ସେ ଏବେ ପଞ୍ଜାବର ମାଲେରକୋଟଲାରେ ଚାଷ କରୁଛନ୍ତି। କିଛିଦିନ ପୂର୍ବରୁ ଏକ ସାକ୍ଷାତକାରରେ ଅନସ କହିଥିଲେ ଯେ ସେ ଅଭିନୟରୁ ୫ ବର୍ଷର ବ୍ରେକ୍ ନେଇଛନ୍ତି ଓ ଏବେ ଜଣେ ପେସାଦାର ଚାଷୀ ହୋଇଯାଇଛନ୍ତି। ତାଙ୍କୁ ଚାଷ କାମ କରିବାକୁ ବହୁତ ଭଲ ଲାଗୁଛି ଓ ଟ୍ରାକ୍ଟର ଚଲାଇବାକୁ ବି ବେଶ୍ ମଜା ଲାଗୁଛି। ଚାଷ ପାଇଁ ତାଙ୍କୁ ତାଙ୍କ ପରିବାରର ସମର୍ଥନ ମଧ୍ୟ ମିଳିଛି।

‌ଅଭିନୟରୁ ଦୂରେଇବା ପରେ ସେ ୨୦୧୭ରେ ନିଜଠୁ ବହୁତ ସାନ ହୀନା ଇକ୍‌ବାଲ୍‌ଙ୍କୁ ବିବାହ କରିଥିଲେ। ଗତବର୍ଷ ସେମାନଙ୍କର ଏକ ଝିଅ ହୋଇଛି। ଝିଅ ହେବା ପରେ ଏକ ସାକ୍ଷାତକାରରେ ଅନସ କହିଥିଲେ ଯେ ସେ ଆଉ ଟେଲିଭିଜନ୍ ପରଦାକୁ ଫେରିବା କଥା ଭାବୁ ନାହାନ୍ତି।

ସୂଚନାଯୋଗ୍ୟ, ଅନସ ଟେଲି କୁଇନ୍‌ ଏକ୍‌ତା କପୁରଙ୍କ ସିରିଏଲ୍ ‘କହିଁ ତ ହୋଗା’ରେ ଡେବ୍ୟୁ କରିଥିଲେ। ଏହାପରେ ସେ ‘ପୃଥ୍ୱୀରାଜ୍‌ ଚୌହାନ୍’, ‘କ୍ୟା ହୋଗା ନିମ୍ମୋ କା’ ଓ ‘ଦୀୟା ଔର୍‌ ବାତୀ ହମ୍‌’ ପରି ଧାରାବାହିକରେ କାମ କରିଥିଲେ। ଅଭିନୟ ବ୍ୟତୀତ ଅନସ ଭଲ ଗୀତ ଗାଆନ୍ତି। ତାଙ୍କୁ ଆରବି, ଉର୍ଦ୍ଦୁ ଓ ପାର୍ସୀ ଭାଷା ମଧ୍ୟ ଜଣା।

 



from Odisha Reporter https://ift.tt/2sR2f19

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages