ନାଁ ବଦଳାଇଲେ ଦୀପିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 12, 2020

ନାଁ ବଦଳାଇଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ଏବେ ଚର୍ଚ୍ଚାରେ ରହିଛନ୍ତି। ଦୁଇଟି ଘଟଣା ପାଇଁ ସେ ଚର୍ଚ୍ଚାରେ ଅଛନ୍ତି। ପ୍ରଥମ, ଗତ ଶୁକ୍ରବାର ରିଲିଜ୍ ହୋଇଥିବା ଫିଲ୍ମ ‘ଛପାକ୍’ ପାଇଁ। ଦ୍ୱିତୀୟ, ‘ଛପାକ୍’ ରିଲିଜ୍ ପୂର୍ବରୁ ଜେଏନ୍‌ୟୁରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ସହିତ ସାମିଲ ହୋଇ। ଏ ଦୁଇଟି କାରଣ ମଧ୍ୟରୁ ଦ୍ୱିତୀୟଟି ପାଇଁ ସେ ଅଧିକ ଚର୍ଚ୍ଚାରେ ଅଛନ୍ତି ଓ ସମାଲୋଚନାର ବି ଶିକାର ହୋଇଛନ୍ତି। ତେବେ ଏ ଦୁଇଟି କାରଣକୁ ନେଇ ଚର୍ଚ୍ଚା ଶେଷ ହୋଇ ନଥିବା ବେଳେ ତାଙ୍କୁ ନେଇ ଆଉ ଏକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥର ତାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଟ୍ୱିଟର ଏକାଉଣ୍ଟରେ ସେ ତାଙ୍କ ନାଁ ବଦଳାଇ ‘ମାଳତୀ’ ରଖିଛନ୍ତି। ’ଛପାକ୍‌’ ରିଲିଜ୍ ହେବା ପରେ ସେ ଏହି ପରିବର୍ତ୍ତନ କରିଛନ୍ତି। ଏହି ଫିଲ୍ମରେ ତାଙ୍କ ନାଁ ମାଳତୀ ରହିଛି।

ଦୀପିକା ଟ୍ୱିଟରରେ ନିଜ ନାଁ ସହ ପ୍ରୋଫାଇଲ ଫଟୋ ମଧ୍ୟ ବଦଳାଇ ଦେଇଛନ୍ତି। ପ୍ରୋଫାଇଲ୍‌ ଫଟୋରେ ସେ ‘ଛପାକ୍’ ଫିଲ୍ମର ପୋଷ୍ଟର ରଖିଛନ୍ତି। ତେବେ କେବଳ ଟ୍ୱିଟର ନୁହେଁ, ସେ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ମଧ୍ୟ ନାଁ ବଦଳାଇ ଦେଇଛନ୍ତି।

ଟ୍ୱିଟରରେ ନାଁ ବଦଳାଇବାରେ ଦୀପିକା ପ୍ରଥମ ବଲିଉଡ୍ ଷ୍ଟାର ନୁହନ୍ତି। ଏହା ପୂର୍ବରୁ ସୁପର୍‌ଷ୍ଟାର୍‌ ସଲ୍‌ମାନ୍‌ ଖାନ୍‌ ମଧ୍ୟ ଟ୍ୱିଟର୍‌ରେ ନିଜ ନାଁ ବଦଳାଇ ଚୁଲ୍‌ବୁଲ୍‌ ପାଣ୍ଡେ ରଖିଥିଲେ। ଗତ ମାସରେ ରିଲିଜ୍ ହୋଇଥିବା ‘ଦବଙ୍ଗ ୩’ରେ ତାଙ୍କ ଚରିତ୍ରର ନାଁ ଚୁଲ୍‌ବୁଲ୍‌ ପାଣ୍ଡେ ଥିଲା। ତେଣୁ ସେ ଏଭଳି କରିଥିଲେ। ତାଙ୍କ ବ୍ୟତୀତ ଅଭିନେତା ବରୁଣ ଧୱନ ମଧ୍ୟ ପ୍ରାୟ ସମୟରେ ନିଜ ଫିଲ୍ମର ଚରିତ୍ରର ନାଁ ଅନୁସାରେ ଟ୍ୱିଟରେ ନାଁ ବଦଳାନ୍ତି।

ସୂଚନାଯୋଗ୍ୟ, ଫିଲ୍ମ ‘ଛପାକ୍’ ଗତ ଶୁକ୍ରବାର ଅର୍ଥାତ୍ ୧୦ ତାରିଖରେ ରିଲିଜ୍ ହୋଇଛି। ଫିଲ୍ମଟି ଏସିଡ୍ ଆକ୍ରମଣର ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଉପରେ ନିର୍ମିତ ହୋଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲ୍‌ଜାର୍‌। ଫିଲ୍ମରେ ଦୀପିକାଙ୍କ ସହ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ଦୀପିକାଙ୍କ ଲୁକ୍‌ ଏକଦମ୍‌ ଲକ୍ଷ୍ମୀଙ୍କ ଭଳି ରହିଛି। ଏହି ଫିଲ୍ମ ଜରିଆରେ ଦୀପିକା ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ପାଦ ଥାପିଛନ୍ତି।



from Odisha Reporter https://ift.tt/35M0iR3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages