ଏକାଠି ଆସିବେ ଅକ୍ଷୟ, ସାରା ଓ ଧନୁଷ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 12, 2020

ଏକାଠି ଆସିବେ ଅକ୍ଷୟ, ସାରା ଓ ଧନୁଷ୍

ମୁମ୍ବାଇ: ଗତ ବର୍ଷଟି ଅକ୍ଷୟଙ୍କ ପାଇଁ ବେଶ୍ ଭଲ ଥିଲା। ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଦେଇ ସେ ଚର୍ଚ୍ଚାରେ ରହିଥିଲେ। ଏପରିକି ଫୋର୍ବସ ମାଗାଜିନ୍‌ ମଧ୍ୟ ତାଙ୍କୁ ସବୁଠୁ ଅଧିକ ଆୟ କରିଥିବା ଅଭିନେତାଙ୍କ ତାଲିକାରେ ସାମିଲ କରିଥିଲା। ସେହିପରି ୨୦୨୦ ମଧ୍ୟ ତାଙ୍କର ଭଲ ରହିବ ବୋଲି ଜଣାପଡ଼ୁଛି। ଏ ବର୍ଷ ତାଙ୍କ ହାତରେ ଏକାଧିକ ଫିଲ୍ମ ରହିଥିବା ବେଳେ ବର୍ଷ ଆରମ୍ଭରୁ ତାଙ୍କର ଏକ ନୂଆ ଫିଲ୍ମ ବି ଘୋଷଣା ହୋଇଯାଇଛି। ଏଥିରେ ତାଙ୍କ ସହିତ ସାରା ଅଲୀ ଖାନ୍‌ ଓ ସାଉଥ୍‌ ସୁପରଷ୍ଟାର ଧନୁଷ ଅଭିନୟ କରିବେ।

ପ୍ରଯୋଜକ ଆନନ୍ଦ ଏଲ୍‌ ରାୟ ଏହି ଫିଲ୍ମ ତିଆରି କରୁଛନ୍ତି। ଫିଲ୍ମ ପାଇଁ ତିନି ଜଣ ଯାକ ଚୁକ୍ତି ମଧ୍ୟ ସ୍ୱାକ୍ଷର କରି ସାରିଲେଣି। ଖୁବ୍‌ ଶୀଘ୍ର ନିର୍ମାତା ଏ ନେଇ ଘୋଷଣା କରିବେ ବୋଲି ଜଣାପଡ଼ିଛି।

ଫିଲ୍ମଟି ଏକ ଲଭ୍‌ଷ୍ଟୋରୀ ଉପରେ ଆଧାରିତ ହେବ, ଯେଉଁଥିରେ ଅକ୍ଷୟଙ୍କ ବିପକ୍ଷରେ ଅଭିନୟ କରିବେ ସାରା। ଏହି ଫିଲ୍ମ ମାଧ୍ୟମରେ ଦର୍ଶକ ଅକ୍ଷୟ ଓ ସାରାଙ୍କୁ ଏକ ନୂଆ ଯୋଡ଼ି ଭାବେ ଦେଖିବାକୁ ପାଇବେ। ଫିଲ୍ମର ଶୁଟିଂ ମଧ୍ୟ କିଛି ମାସ ଭିତରେ ଆରମ୍ଭ ହୋଇଯିବ। ଅନ୍ୟପକ୍ଷରେ ଆନନ୍ଦ ଏଲ୍‌ ରାୟଙ୍କ ସହ ଏହା ଧନୁଷଙ୍କର ଦ୍ୱିତୀୟ ଫିଲ୍ମ। ପୂର୍ବରୁ ସେ ତାଙ୍କ ଫିଲ୍ମ ‘ରାଞ୍ଝଣା’ରେ କାମ କରିଥିଲେ।

ସୂଚନାଯୋଗ୍ୟ, ଆଗକୁ ଅକ୍ଷୟଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଆସୁଛି। ଏଥିରେ ତାଙ୍କ ସହିତ କ୍ୟାଟ୍ରିନା କୈଫ୍‌ ରହିବେ। ତା’ସହିତ ଏ ବର୍ଷ ସେ ‘ଲକ୍ଷ୍ମୀ ବମ୍‌’, ‘ହେରାଫେରି ୩’ ଓ ‘ପୃଥ୍ୱୀରାଜ ଚୌହାନ୍’ ଆଦି ଫିଲ୍ମରେ ନଜର ଆସିବେ। ସେହିଭଳି ସାରା ମଧ୍ୟ ଆଗକୁ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ‘ଆଜ୍‌ କଲ୍‌’ ଓ ବରୁଣ ଧୱନଙ୍କ ସହ ଫିଲ୍ମ ‘କୁଲି’ରେ ନଜର ଆସିବେ।



from Odisha Reporter https://ift.tt/2soChlu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages