ସରିଲା ଡେଡ୍‌ ଲାଇନ୍‌, ଆଜିଠୁ ଲାଇନ୍‌ କାଟିବ ସେସୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 15, 2020

ସରିଲା ଡେଡ୍‌ ଲାଇନ୍‌, ଆଜିଠୁ ଲାଇନ୍‌ କାଟିବ ସେସୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ସରିଲା ଡେଡ୍‌ ଲାଇନ୍‌। ଆଉ ନିସ୍ତାର ନାହିଁ। ଆଜିଠୁ ଖିଲାପି ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସଂଯୋଗ କାଟିବ ସେସୁ। ବର୍ଷ ବର୍ଷ ଧରି ବିଦ୍ୟୁତ୍ ବ୍ୟବହାର କରି ବିଲ୍ ଦେଇନଥିବା ଉପଭୋକ୍ତାଙ୍କ ପାଇଁ ଥିବା ଡେଡ୍ ଲାଇନ୍ ଗତକାଲି ଶେଷ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ଖିଲାପି ବ୍ୟବସାୟିକ ପ୍ରତିଷ୍ଠାନ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ପରିମାଣର ବିଲ୍ ପୈଠ କରିନଥିବା ବିତ୍ତଶାଳୀ, ଏସି ଓ ଚାରିଚକିଆ ଯାନ ବ୍ୟବହାର କରୁଥିବା ଖିଲାପି ଗ୍ରାହକଙ୍କୁ ଟାର୍ଟେଟ୍ କରାଯିବ। ଶେଷରେ ବିଜୁଳି ବିଲ୍ ବାକି ରଖିଥିବା ସାଧାରଣ ଗ୍ରାହକଙ୍କ ସଂଯୋଗ କଟାଯିବ । ଏଥିନିମନ୍ତେ ୯ଟି ଜିଲ୍ଲାର ୧୧ ହଜାର ୩୯୭ ଗାଁ ବୁଲିବେ ୪୧୩ ସ୍ୱତନ୍ତ୍ର ସ୍କ୍ୱାର୍ଡ ।

ସେସୁର ସୂଚନା ଅନୁସାରେ, ୮ଲକ୍ଷ ୯୫ ହଜାରରୁ ଅଧିକ ଖିଲାପି ଗ୍ରାହକଙ୍କ ଉପରେ ୧୪ଶହ ୯୪ କୋଟି ଟଙ୍କା ବକେୟା ଅଛି । ଗତକାଲି ବିଦ୍ୟୁତ୍‌ ବିଲ୍ ପଇଠର ଶେଷ ଦିନ ଥିବାକୁ ସେସୁ କାର୍ଯ୍ୟାଳୟରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

କଂଗ୍ରେସ ନେତା ସୁରେଶ ରାଉତ ରାୟ କହିଛନ୍ତି, ସରକାର ଆମ ଦାବି ମାନି ପ୍ରଥମେ ସାଧାରଣ ଗ୍ରାହକଙ୍କୁ ଛାଡ଼ି ବ୍ୟବସାୟିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଛନ୍ତି ।



from Odisha Reporter https://ift.tt/2srGiFC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages