୧୬ ଜାନୁଆରୀ, ଗୁରୁବାର: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 15, 2020

୧୬ ଜାନୁଆରୀ, ଗୁରୁବାର: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ

ମେଷ: ଋଣ ଦିଅନ୍ତୁ ନାହିଁ। ମନରେ ଏକାଗ୍ରତା ରହିବ ନାହିଁ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

ବୃଷ: ମାନ-ସମ୍ମାନ ମିଳିବ। ବୌଦ୍ଧିକ ଚର୍ଚ୍ଚାରେ ଭାଗ ନେଇ ପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

ମିଥୁନ:  ଆଧ୍ୟାତ୍ମିକ ସ୍ଥାନକୁ ଯାଇପାରନ୍ତି। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ବିବାହ ସ୍ଥିର ହୋଇପାରେ।

କର୍କଟ: ବନ୍ଧୁଙ୍କ ସହ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ଅଳସୁଆ ଅନୁଭବ କରିବେ।

ସିଂହ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଉପହାର ମିଳିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

କନ୍ୟା: କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଅପରାହ୍ଣ ପରେ ଅସୁସ୍ଥ ଅନୁଭବ କରିପାରନ୍ତି। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ତୁଳା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଖାଦ୍ୟପେୟର ଯତ୍ନ ନିଅନ୍ତୁ।

ବିଚ୍ଛା:  ବ୍ୟସ୍ତତା ଭିତରେ ଦିନଟି କଟିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଖର୍ଚ୍ଚ ବଢ଼ିବ।

ଧନୁ: ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

ମକର: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ପରିବାରରେ ହସଖୁସିର ପରିବେଶ ରହିବ। ମନ ଖୁସି ରହିବ।

କୁମ୍ଭ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନପ୍ରାପ୍ତି ଯୋଗ ରହିଛି।

ମୀନ: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ପଦୋନ୍ନତିର ଯୋଗ ରହିଛି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।



from Odisha Reporter https://ift.tt/3ao01HA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages