‘ସିଏଏକୁ ନେଇ ମୋଦି-ଶାହଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 17, 2020

‘ସିଏଏକୁ ନେଇ ମୋଦି-ଶାହଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି’

ରାୟପୁର: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି। ଏଥିପାଇଁ ଦେଶବାସୀ ଅଡ଼ୁଆରେ ରହିଛନ୍ତି। ସିଏଏ, ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନପିଆର) ଏବଂ ଜାତୀୟ ନାଗରିକତା ପଞ୍ଜିକା (ଏନଆରସି)କୁ ଏକ ଉଦ୍ଦେଶ୍ୟ ରଖି ଧାରାବାହିକ ଭାବରେ ଆଣିବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ପ୍ରଧାନମନ୍ତ୍ରୀ କହୁଛନ୍ତି ଦେଶରେ ଏନଆରସି ଲାଗୁ ହେବନି। ତେଣୁ ଏଠି ସତ କିଏ କହୁଛି? ଏବଂ ଦେଶବାସୀଙ୍କୁ କିଏ ଭାଣ୍ଡିଆ କରୁଛି? ମୋଦି ଏବଂ ଶାହଙ୍କ ମତରୁ ଜଣାପଡ଼ୁଛି ଦୁଇ ଜଣଙ୍କ ମଧ୍ୟରେ ଏହାକୁ ନେଇ ଦ୍ୱିମତ ରହିଛି। ଯାହାର ପରିଣାମ ଦେଶବାସୀଙ୍କୁ ସହିବାକୁ ପଡ଼ୁଛି। ଶୁକ୍ରବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରାୟପୁରରେ ଏକ ଜନସଭାରେ ଯୋଗ ଦେଇ ଏହା କହିଛନ୍ତି।

ବାଘେଲ ମୋଦି ସରକାରକୁ ଟାର୍ଗେଟ କରିବାକୁ ଯାଇ ଆହୁରି କହିଛନ୍ତି, କେନ୍ଦ୍ର ସରକାର ଧର୍ମ ଆଧାରରେ ଦେଶକୁ ଦୁଇ ଭାଗ କରିବାକୁ ଚେଷ୍ଟା କରୁଛନ୍ତି। ମୋଦି ତାଙ୍କ ପ୍ରଥମ ସରକାରରେ ନୋଟବନ୍ଦୀ ଏବଂ ଜିଏସଟି ଲାଗୁ କଲେ। ଦ୍ୱିତୀୟ ସରକାରକୁ ଏବେ ୮ ମାସ ହୋଇଛି। ଏହାରି ଭିତରେ ସ୍ୱରାଷ୍ଟ୍ରମନ୍ତ୍ରୀ ଧାରା ୩୭୦ ଉଚ୍ଛେଦ, ସିଏଏ ଲାଗୁ କରିବା ପରେ ଏନପିଆର, ଏନଆରସି ଲାଗୁ କରିବା ପାଇଁ ଯୋଜନା କରୁଛନ୍ତି। ଯଦି ଏହା ଲାଗୁ ହେବ ତା’ହେଲେ ଜଣେ ଗରିବ ଲୋକ କିଭଳି ନାଗରିକତା ପରିଚୟ ପତ୍ର ପ୍ରମାଣ ସ୍ୱରୂପ ଦେଖାଇବ ବୋଲି ସେ ପ୍ରଶ୍ନ କରିଛନ୍ତି।

ସାରା ଦେଶରେ ଯଦି ଏନଆରସି ଲାଗୁ ହେବ ତା’ହେଲେ ପ୍ରଥମ ବ୍ୟକ୍ତି ଭାବରେ ମୁଁ ଏଥିରେ ଦସ୍ତଖତ କରିବିନି ବୋଲି ବାଘେଲ କହିଛନ୍ତି।



from Odisha Reporter https://ift.tt/2G3wVix

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages