ମାରିଲା ହାତୀ, ତାତିଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 17, 2020

ମାରିଲା ହାତୀ, ତାତିଲେ ଲୋକେ

ଖୋର୍ଦ୍ଧା (ବଳରାମ ଲେଙ୍କା):  ହାତୀ ଉତ୍ପାତକୁ ନେଇ ତାତିଲେ ଲୋକେ । ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରେ ହାତୀ ଦୁଇ ଜଣଙ୍କୁ ମାରିବା ପରେ ଏହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। କ୍ଷତିପୂରଣ ଦାବିରେ ହଜ୍-ରଣପୁର ରାସ୍ତାରୋକ କରିଛନ୍ତି ହଜ୍ ଗ୍ରାମବାସୀ । ଫଳରେ ରାସ୍ତାର ଉଭୟ ପଟେ ଅଟକି ରହିଛି ଶତାଧିକ ଗାଡ଼ି । ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ହାତୀ ଉତ୍ପାତ ମଚାଇଥିବା ବେଳେ ଏନେଇ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ରେଞ୍ଜ ହଜ୍‌ ଗାଁ ଓ କଲରାଝର ଗାଁରେ ୨ ଜଣଙ୍କୁ ହାତୀ ମାରି ଦେଇଛି । ସେମାନେ ହେଲେ ହଜ୍ ଗାଁର ବଂଶୀଧର ଛୁଆଳ ସିଂହ ଓ କଲରାଝର ଗାଁର ସନାତନ ପ୍ରଧାନ। ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସ୍‌ରେ ଭର୍ତ୍ତି କରାଯାଇଛି  ।

ସୂଚନା ଅନୁସାରେ ବିଳମ୍ବିତ ରାତିରେ ହାତୀ ଗାଁରେ ପଶି ବହୁ ଲୋକଙ୍କ ଘର ଭାଙ୍ଗି ଦେଇଥିଲା । ତା’ପରେ ଛୁଆଳ ଓ ସନାତନଙ୍କ ଘର ଭାଙ୍ଗିବା ସହ ସେମାନଙ୍କୁ ପାଦରେ ଦଳି ଦେଇଥିଲା । ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଞ୍ଚଳବାସୀ ।



from Odisha Reporter https://ift.tt/376okaU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages