ଇରାନର ବାହୁବଳୀଙ୍କ ପଛରେ କାହିଁକି ପଡ଼ିଥିଲେ ଡୋନାଲ୍ଡ ଟ୍ରମ୍ପ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 2, 2020

ଇରାନର ବାହୁବଳୀଙ୍କ ପଛରେ କାହିଁକି ପଡ଼ିଥିଲେ ଡୋନାଲ୍ଡ ଟ୍ରମ୍ପ?

ବାଗଦାଦ: ଆମେରିକା ସେନାର ଏୟାର ଷ୍ଟ୍ରାଇକରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କର ମୃତ୍ୟୁ ଘଟିଛି। ଇରାକର ବାଗଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଯାଉଥିବା ବେଳେ ଆମେରିକା ସେନା ଏୟାର ଷ୍ଟ୍ରାଇକ କରିବାରୁ ତାଙ୍କର ମୃତ୍ୟୁ ଘଟିଛି।

ସୁଲେମାନୀ ନିଜର ପ୍ରୋଟୋକଲ ସହିତ ବିମାନବନ୍ଦରକୁ ଯାଉଥିବାବେଳେ ଆମେରିକା ଏହି ଦୁଃସାହାସିକ ପଦକ୍ଷେପ ଗ୍ରହଣ କରିଛି। ଏଥିରେ ସୁଲେମାନୀଙ୍କ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଇରାକର ପପୁଲାର ମୋବିଲାଇଜେସନ ଫୋର୍ସର ଡେପୁଟି କମାଣ୍ଡର ଆବୁ ମେହଦି ଅଲ ମୁହାଁନ୍ଦିସର ମଧ୍ୟ ରହିଛନ୍ତି। ଏଭଳି ଆକ୍ରମଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ କ୍ରମେ ହୋଇଛି ବୋଲି ପେଣ୍ଟାଗନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଆମେରିକା କାହିଁକି ଇରାନର ମେଜର ଜେନେରାଲଙ୍କ ଉପରେ ଆକ୍ରମଣ କରିଛି ତାହା ଏକ ବଡ଼ ପ୍ରଶ୍ନ। କାରଣ ଆଗାମୀ ଦିନରେ ଆମେରିକାର ଏହି ପଦକ୍ଷେପ ପଶ୍ଚିମ ଏସିଆରେ ଅସ୍ଥିରତା ସୃଷ୍ଟି କରିପାରେ।

ମେଜର ଜେନେରାଲ କସିମ ସୁଲେମାନୀ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର। ବିଦେଶରେ ଇରାନର ସମସ୍ତ ଗତିବିଧି ଉପରେ ନଜର ରଖୁଥିବା କଦସ ଫୋର୍ସର ମୁଖିଆ ଥିଲେ ସୁଲେମାନୀ। ପଶ୍ଚିମ ଏସିଆରେ ଇରାନ ଦ୍ୱାରା ନିଆଯାଉଥିବା ସମସ୍ତ ନିଷ୍ପତ୍ତି ସୁଲେମାନୀ ହିଁ ନେଉଥିଲେ। ଆମେରିକା ସୁଲେମାନୀଙ୍କୁ ଜଣେ ପ୍ରମୁଖ ଶତ୍ରୁ ଭାବରେ ଟାର୍ଗେଟ କରିଥିଲା। ଏଥିପାଇଁ ଆମେରିକା ସେନା ଓ ଗୁଇନ୍ଦା ଦୀର୍ଘ ଦିନ ହେବ ସୁଲେମାନୀଙ୍କ ପଛରେ ପଡ଼ିଥିଲା।

ଆମେରିକା ଟାର୍ଗେଟରେ ଦୀର୍ଘ ଦିନରୁ ଥିଲେ ସୁଲେମାନୀ
ଇରାକର କିଛି ଜାଗା ଇରାନ ଅଧୀନରେ ରହିଛି। ଏହି ଜାଗାର ପରିଚାଳନା ଦାୟିତ୍ୱରେ ଥିଲେ ସୁଲେମାନୀ। ବାଗଦାଦକୁ ଇସଲାମିକ ଷ୍ଟେଟର ଆତଙ୍କୀଙ୍କ ପାଖରୁ ସୁରକ୍ଷା ଦେବା ପାଇଁ ସୁଲେମାନୀଙ୍କ ନେତୃତ୍ୱରେ ଇରାନ ସମର୍ଥକ ଏକ ସଶସ୍ତ୍ର ଫୋର୍ସ ଗଠନ କରିଥିଲେ। ଯାହାର ନାମ ଥିଲା ପପୁଲାର ମୋବିଲାଇଜେସନ ଫୋର୍ସ। ୧୯୮୦ରେ ଇରାନ ଏବଂ ଇରାକ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏଥିରେ ଆମେରିକାର ମଧ୍ୟ ଭୂମିକା ଥିଲା। ଏହି ଯୁଦ୍ଧରେ ଆମେରିକା ଇରାକର ତାନାଶାହ ସଦ୍ଦାମ ହୁସେନଙ୍କୁ ସହଯୋଗ କରିଥିଲା।

ଇରାକରେ ଇରାନ ସମର୍ଥନରେ ତିଆରି ହେଉଥିଲା ମିଲିଶିଆ
ଇରାକ ଏବଂ ସିରିଆରେ ଇସଲାମିକ ଷ୍ଟେଟ ଭଳି ଆତଙ୍କବାଦୀ ସଂଗଠନ ସହିତ ମୁକାବିଲା କରିବା ପାଇଁ ସୁଲେମାନୀ ମାନବ ସମ୍ୱଳ ପାଖରୁ ଆରମ୍ଭ କରି ଅସ୍ତ୍ରଶସ୍ତ୍ର ଯୋଗାଡ଼ କରୁଥିଲେ। ଇରାକରେ ଇରାନ ସମର୍ଥକ ରହି ପପୁଲାର ମୋବିଲାଇଜେଶନ ଫୋର୍ସ ତିଆରି କରୁଥିଲେ। ଏବେ ସୁଲେମାନୀଙ୍କ ମୃତ୍ୟୁ ପରେ ଏହି ସଂଗଠନକୁ ଏକ ବଡ଼ ଝଟକା ଲାଗିଛି। ସୁଲେମାନୀ ହିଜବୁଲ, ଫିଲିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନକୁ ମଧ୍ୟ ସମର୍ଥନ କରୁଥିଲେ। ଏମିତିକି ସିରିଆର ବଶର ଅଲ-ଅସଦ ସରକାରର ସମର୍ଥନ ସୁଲେମାନୀଙ୍କ ସମର୍ଥନରେ ଥିଲା।

ଆମେରିକା ଦୂତବାସ ଆକ୍ରମଣର ବଦଲା?
ନିକଟରେ ଇରାକର ବାଗଦାଦରେ ଥିବା ଆମେରିକାର ଦୂତବାସ ଉପରକୁ ଇରାନ ମିଲିଶିଆ ସମର୍ଥନରେ ଆକ୍ରମଣ କରିଥିଲା। ତେଣୁ ଆମେରିକା ଏଭଳି ଆକ୍ରମଣ କରିଛି ବୋଲି ଆଲୋଚନା ହେଉଛି। ସେତେବେଳେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏମ୍ପୟର କହିଥିଲେ, ଏବେ ସ୍ଥିତି ବଦଳିଯାଇଛି।



from Odisha Reporter https://ift.tt/35mX5ai

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages