ଜଗନ୍ନାଥଙ୍କ ଦର୍ଶନ କଲେ ପାକିସ୍ତାନର ହିନ୍ଦୁ ପର୍ଯ୍ୟଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 3, 2020

ଜଗନ୍ନାଥଙ୍କ ଦର୍ଶନ କଲେ ପାକିସ୍ତାନର ହିନ୍ଦୁ ପର୍ଯ୍ୟଟକ

ପୁରୀ(ଓଡ଼ିଶା ରିପୋର୍ଟର): ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ସୁଦୂର ପାକିସ୍ତାନରୁ ଛୁଟି ଆସିଲେ ହିନ୍ଦୁ ପର୍ଯ୍ୟଟକ ।  ପାକିସ୍ତାନ କରାଚିର ସିନ୍ଧରୁ ମୋଟ ୧୩୩ ଜଣ ଯାତ୍ରୀ ବିଭିନ୍ନ ଧାମ ଯାତ୍ରା କରିବାକୁ ଭାରତ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ପଚାଶରୁ ଊର୍ଦ୍ଧ୍ୱ ଯାତ୍ରୀ ଗତକାଲି ରାତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଉଭୟ ଦେଶରେ ଶାନ୍ତି ବିରାଜମାନ ସହ ବନ୍ଧୁତପୂର୍ଣ୍ଣ ଭାବ ସୁଦୃଢ ହେଉ ବୋଲି ସେମାନେ ପ୍ରଭୁଙ୍କ କୃପାଭିକ୍ଷା କରିଛନ୍ତି।

ପ୍ରତିବର୍ଷ  ନୂଆବର୍ଷ ଅବସରରେ ପାକିସ୍ତାନରୁ ବହୁ ହିନ୍ଦୁ ପର୍ଯ୍ୟଟକ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ସହାୟତାରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ସେମାନେ ପ୍ରଥମେ ମଥୁରା ଦର୍ଶନ କରି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ପୁରୀରୁ ଯିବା ପରେ ହରିଦ୍ୱାର, ବୃନ୍ଦାବନ ହୋଇ ସେମାନେ ପାକିସ୍ତାନ ଫେରିଯିବେ ବୋଲି କହିଛନ୍ତି ।

ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଶ୍ରୀମନ୍ଦିର ବାହାରେ ହୋଇଥିବା ସାଜସଜ୍ଜା ଓ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ଦେଖି ସେମାନେ ବେଶ୍‌ ଖୁସି ଥିବା କହିଛନ୍ତି। ସେମାନଙ୍କ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠିଲା ବଡଦାଣ୍ଡ।  ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ ହେଲେ ପ୍ରତି ବର୍ଷ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ଇଚ୍ଛା ବ୍ୟକ୍ତ କରିଛନ୍ତି।

ପାକିସ୍ତାନରେ କିପରି ଅଛନ୍ତି ପଚରାଯିବାରୁ ସେଠାରେ ସେମାନେ ବେଶ୍ ଖୁସିରେ ଥିବା ଅଛନ୍ତି। ସେମାନଙ୍କ ପ୍ରତି କୌଣସି ବିପଦ ନ ଥିବା ବେଳେ  ସେଠାକାର ସରକାର ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି। ଭାରତ ପାକିସ୍ତାନ ସରକାର ମଧ୍ୟରେ ବନ୍ଧୁତ୍ୱ ମଜଭୁତ ହେଲେ ଉଭୟ ଦେଶ ବିଶ୍ୱର ସର୍ବଶ୍ରେଷ୍ଠ ଶକ୍ତି ଭାବେ ଛିଡା ହୋଇପାରନ୍ତେ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି।  ଶ୍ରୀ ଜଗନ୍ନାଥଙ୍କ ମହିମା, ଚେତନା ପ୍ରଚାର ପ୍ରସାର କରିବାର ଉଦ୍ଦେଶ୍ୟ ନେଇ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି।



from Odisha Reporter https://ift.tt/2QOj5Wg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages