ଶୁଣୁନି ପ୍ରଶାସନ; ମିଳୁନି ବାର୍ଦ୍ଧକ୍ୟ ଭତ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 3, 2020

ଶୁଣୁନି ପ୍ରଶାସନ; ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ବିନିକା (ଦିଲୀପ କୁମାର ସାହୁ): ଗରିବ ବୃଦ୍ଧବୃଦ୍ଧାଙ୍କୁ ସରକାର ପ୍ରତି ମାସରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରୁଛନ୍ତି। ହେଲେ କିଛି ସରକାରୀ ବାବୁଙ୍କ ଖାମଖିଆଲ ମନୋଭାବ ଯୋଗୁ ଅନେକ ସ୍ଥାନରେ ଯୋଗ୍ୟ ହିତାଧିକାରୀ ଏହି ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ମାଝିମୁଣ୍ଡା ଗାଁରୁ। ଏହି ଗାଁର ୩୦ ଜଣ ବୃଦ୍ଧବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁ ନାହିଁ। କାହାକୁ ୭୫ ବର୍ଷ ହେଲାଣି ତ କିଏ ୮୦ ପାର ହେଲାଣି। ତଥାପି ଏଯାଏ ସେମାନେ ସରକାରଙ୍କ ଏହି ସୁବିଧା ପାଇପାରି ନାହାନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଅଣ୍ଟା ସଳଖି ଠିଆ ହୋଇ ପାରୁ ନଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ସେମାନଙ୍କ ଲଢ଼େଇ ଜାରି ରଖିଛନ୍ତି। ଥରେ କି ଦୁଇ ଥର ନୁହେଁ ଅନେକ ଥର ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ବି ଗୁହାରି କରିଛନ୍ତି। ହେଲେ ସେମାନଙ୍କ କଥା କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି।

ଗାଁର ଏହି ବୃଦ୍ଧବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଦେଢ଼ବର୍ଷ ହେବ ଅନ୍‌ଲାଇନ୍‌ରେ ଆବେଦନ କରିଛନ୍ତି। ହେଲେ ସେମାନଙ୍କୁ ଭତ୍ତା ମିଳିପାରି ନାହିଁ। ଏନେଇ ସେମାନେ ଗତ ଡିସେମ୍ୱର ୧୬ ତାରିଖରେ ଡୁଙ୍ଗୁରିପାଲିରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଧାରଣାରେ ବସିଥିଲେ। ତେବେ ଜିଲ୍ଲାପାଳ କେବଳ ପ୍ରତିଶ୍ରୁତି ଦେଇ ଚାଲି ଯାଇଥିଲେ।

ରାଇମତୀ ବେହେରା ନାମକ ଜଣେ ବୃଦ୍ଧା କହିଛନ୍ତି, “ମୋତେ ଆଜି ପର୍ଯ୍ୟନ୍ତ ଭତ୍ତା ମିଳିନାହିଁ। ବୟସ ଥିବା ଲୋକଙ୍କୁ ଭତ୍ତା ମିଳୁଛି। ହେଲେ ମୋତେ ମିଳୁ ନାହିଁ। ମୋ ଆଖିକୁ ଦେଖାଯାଉନି, କାନକୁ ଶୁଣା ଯାଉନି ଓ ଚାଲି ମଧ୍ୟ ପାରୁନି। ଔଷଧ ଖାଇବି ବୋଲି ଭତ୍ତା ଦେବା ପାଇଁ ବାବୁ ମାନଙ୍କୁ କହିଛି। ହେଲେ ଭତ୍ତା ମିଳି ନାହିଁ।”

ସେହିପରି ଗାଁର ବୁଇଁ ନନ୍ଦ କହିଛନ୍ତି, “ଭତ୍ତା ପାଇବା ପାଇଁ ମୁଁ ଅନ୍‌ଲାଇନ୍‌ରେ ଆବେଦନ କରିଛି। ଏମିତିକି ସମସ୍ତଙ୍କୁ କହି କହି ଥକି ଗଲିଣି। କିନ୍ତୁ କିଛି ଲାଭ ମିଳିନି। ସମସ୍ତେ କହୁଛନ୍ତି ଭତ୍ତା ମିଳିବ, ହେଲେ ମିଳୁନାହିଁ।”

ଡୁଙ୍ଗୁରିପାଲି ବିଡିଓ ସହଦେବ ସମାଧିଆ କହିଛନ୍ତି, “ଯଦି ସେମାନଙ୍କ ଇନ୍‌କମ୍ କ୍ରାଇଟେରିଆ ଠିକ୍‌ ଅଛି, ତା’ହେଲେ ପିଇଓଙ୍କୁ ପଠାଇ ସେମାନଙ୍କ ଦରଖାସ୍ତ ଆଣି ସେମାନଙ୍କୁ ଭତ୍ତା ଦେବାକୁ ବ୍ୟବସ୍ଥା କରିବୁ। ଯଦି ପୂର୍ବରୁ ଦରଖାସ୍ତ ଦେଇଛନ୍ତି ଓ ଭତ୍ତା ମିଳି ନାହିଁ, ତା’ହେଲେ ତଦନ୍ତ କରି ପଦକ୍ଷେପ ନେବି।”

ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ହେଲେ ଅନେକ ସ୍ଥାନରେ ପ୍ରଶାସନିକ ସ୍ତରରେ ଅବହେଳା ଯୋଗୁ ସେସବୁ ନାଲି ଫିତା ତଳେ ଚାପି ହୋଇ ରହି ଯାଉଛି। ତେଣୁ ସରକାର ଏଥିପ୍ରତି ସଜାଗ ହୋଇ ପଦକ୍ଷେପ ନେବା ଉଚିତ୍।

 



from Odisha Reporter https://ift.tt/2FkTHlO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages