ପାକିସ୍ତାନକୁ ଘାରିଛି ଭାରତ ଭୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 13, 2020

ପାକିସ୍ତାନକୁ ଘାରିଛି ଭାରତ ଭୟ

ଇସଲାମାବାଦ: ପାକିସ୍ତାନକୁ ଘାରିଛି ଭାରତ ଭୟ। ଆଗାମୀ କିଛି ଦିନ ମଧ୍ୟରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିପାରେ। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଆଏଶା ଫାରୁକି ଏହା କହିଛନ୍ତି। ଇମ୍ରାନ ସରକାର ଏବେ ଏହାକୁ ନେଇ ଚିନ୍ତିତ। ଫାରୁକି କହିଛନ୍ତି, ତୁର୍କୀର ରାଷ୍ଟ୍ରପତି ରିସେପ ତୈୟପ ଏବେ ପାକିସ୍ତାନ ଗସ୍ତରେ ଆସିଛନ୍ତି। କଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରୁଥିବାରୁ ଭାରତ ଆକ୍ରମଣ କରିପାରେ। ଯଦି ଭାରତ ଆକ୍ରମଣ କରିବ ତା’ହେଲେ ପାକିସ୍ତାନ ମଧ୍ୟ କଡ଼ା ଜବାବ ଦେବ ବୋଲି ସେ କହିଛନ୍ତି।

ତେବେ ପାକିସ୍ତାନ କାହିଁକି ଡରୁଛି ସେ ନେଇ ମଧ୍ୟ ସ୍ପଷ୍ଟ କରିଛି। ଭାରତ ଆମେରିକା ସହିତ ଏୟାର ଡିଫେନ୍ସ ସିଷ୍ଟମ ଲାଗୁ କରିବାକୁ ଯାଉଛି। ମିଡିଆ ରିପୋର୍ଟସ ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ଭାରତକୁ ୧.୮ ଅରବ ଡଲାରରେ ଚୁକ୍ତି ପାଇଁ ମଧ୍ୟ ମଞ୍ଜୁରୀ ଦେଇସାରିଛନ୍ତି। ଏହାକୁ ପାକିସ୍ତାନ ସହଜରେ ଗ୍ରହଣ କରିପାରୁନି। ଏହି ଚୁକ୍ତି ଦ୍ୱାରା ଦକ୍ଷିଣ ଏସିଆରେ ଅସ୍ତ୍ରଶସ୍ତ୍ର ଠୁଳ କରିବା ପ୍ରତିଯୋଗିତ ଆରମ୍ଭ ହୋଇଯିବ।

ଅନ୍ୟପଟେ ଚବିଶ ତାରିଥରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟକୁ ଯିବେ। ଟ୍ରମ୍ପଙ୍କର ଏହା ପ୍ରଥମ ଭାରତ ଗସ୍ତ ରହିବ। ଟ୍ରମ୍ପଙ୍କୁ ଅହମଦାବାଦରେ ସ୍ୱାଗତ କରିବା ପାଇଁ ଏକ ବଡ଼ ପ୍ରସ୍ତୁତି ମଧ୍ୟ ଚାଲିଛି। ଯାହାକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ ମଧ୍ୟ ଉତ୍ସାହିତ ଥିବା ଟୁଇଟ୍ କରି କହିଛନ୍ତି। ମୋଦିଙ୍କ ସହ ଟ୍ରମ୍ପଙ୍କର ନିବିଡ଼ତାକୁ ଦେଖି ପାକିସ୍ତାନ ଏକ ପ୍ରକାର ଚିନ୍ତିତ ଥିବା ଜଣାପଡ଼ିଛି। ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ପାକିସ୍ତାନକୁ ଅନେକ ଥର ଚେତାବନୀ ଦେଇସାରିଛି। ତେଣୁ ଭାରତ ଗସ୍ତ ବେଳେ ମଧ୍ୟ ଆତଙ୍କବାଦକୁ ପ୍ରସଙ୍ଗ କରି ମୋଦି ଟ୍ରମ୍ପଙ୍କର ଆହୁରି ନିକଟତର ହେବାକୁ ଚେଷ୍ଟା କରିବେ।



from Odisha Reporter https://ift.tt/39yIA5G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages