ଆଜିଠୁ ବିଧାନସଭା ବଜେଟ ଅଧିବେଶନ; ସରକାର, ବିରୋଧୀଙ୍କ ରଣନୀତି ପ୍ରସ୍ତୁତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 13, 2020

ଆଜିଠୁ ବିଧାନସଭା ବଜେଟ ଅଧିବେଶନ; ସରକାର, ବିରୋଧୀଙ୍କ ରଣନୀତି ପ୍ରସ୍ତୁତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ ।  ଗତକାଲି ରଣନୀତି ପ୍ରସ୍ତୁତ କରିଛନ୍ତି ତିନି ରାଜନୈତିକ ଦଳ। ସରକାରଙ୍କୁ ଘେରିବା ପାଇଁ ବିଜେପି ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହୋଇଛି ବିସ୍ତୃତ ରଣନୀତି । ଆଇନଶୃଙ୍ଖଳା, ବିଜୁଳି ଭିତ୍ତିଭୂମି, ଗଞ୍ଜାମ ବସ୍ ଟ୍ରାଜେଡି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି, ଧାନ ମଣ୍ଡି ଟୋକନ ଅବ୍ୟବସ୍ଥା, ନାରୀ ନିର୍ଯାତନା ଓ ସ୍ମିତାରାଣୀ ମୃତ୍ୟୁ ରହସ୍ୟ ପ୍ରସଙ୍ଗକୁ ଗୃହରେ ଉଠାଇବ ଦଳ ।

ଚାଷୀ ସମସ୍ୟା, ଅଭାବି ଧାନ ବିକ୍ରି, ମଣ୍ଡି ଅବ୍ୟବସ୍ଥା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା, ପିସି କାରବାର, ବେକାରୀ ଓ ଦାଦନ ସମସ୍ୟାକୁ ପ୍ରସଙ୍ଗ କରିବା ଲାଗି ସ୍ଥିର କରିଛି କଂଗ୍ରେସ ।

ବିରୋଧୀଙ୍କୁ କାଉଣ୍ଟର ଲାଗି ବି ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ବିଜେଡି। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଦଳର ରଣନୀତି ପ୍ରସ୍ତୁତ ହୋଇଛି। କେନ୍ଦ୍ରୀୟ ଅନୁଦାନ ହ୍ରାସ, ଜାତି ଭିତ୍ତିକ ଜନଗଣନା, ରେଳ ବଜେଟ୍‌ରେ ଟଙ୍କା ହ୍ରାସକୁ ଢାଲ କରିବ ବିଜେଡି ।



from Odisha Reporter https://ift.tt/2SH7BoB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages