ଛତ୍ରପୁର(ଆଲୋକ ଗୌଡ଼): ଗଞ୍ଜାମ ଜିଲ୍ଲା ପୋଲସରାର ଖଇରଚଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ଜଣ ପିଲା ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି।
ଆଜି ସକାଳେ ଏହି ୪ ଜଣ ପିଲା ଏକ ପାଳଘର କରି ଖେଳିଲା ବେଳେ ନିଆଁ ଲାଗି ଯାଇଥିଲା। ସେମାନଙ୍କୁ ଗାଁ ଲୋକେ ଉଦ୍ଧାର କରି ଏମ୍କେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି।
ଗୁରୁତର ପିଲାଙ୍କ ମଧ୍ୟରେ ୩ ଜଣ ପୁଅ ଓ ଜଣେ ଝିଅ ଥିବା ଜଣାପଡ଼ିଛି। ସମସ୍ତଙ୍କ ବୟସ ୭ରୁ ୯ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି।
ଏ ଘଟଣା ସମ୍ପର୍କିତ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
from Odisha Reporter https://ift.tt/2VdG94L
No comments:
Post a Comment