ସୂତାକଳରେ ଅଗ୍ନିକାଣ୍ଡ; ୩ ଓଡ଼ିଆ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 22, 2020

ସୂତାକଳରେ ଅଗ୍ନିକାଣ୍ଡ; ୩ ଓଡ଼ିଆ ମୃତ

ଯାଜପୁର (ଗୁଲାମ ଗସ୍‌): ଗୁଜରାଟର ଅହମଦାବାଦ ସ୍ଥିତ ଏକ ସୂତାକଳରେ ଅଗ୍ନିକାଣ୍ଡ ଘଟି ୩ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ  ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଓ କାମେଶ ସିଂ। ସମସ୍ତଙ୍କ ଘର ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ପଞ୍ଚାୟତରେ।

ଅହମଦାବାଦର ଏକ ସୂତାକଳରେ ଦୁଇବର୍ଷ ହେଲା ସେମାନେ କାମ କରୁଥିଲେ। ଗତକାଲି ଅପରାହ୍ଣରେ ସେମାନେ କାମ କରୁଥିବା ସମୟରେ ସୂତାକଳରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ନିଆଁରେ ପୋଡ଼ି ହୋଇ ଏହି ତିନି ଜଣଙ୍କ ମୃତ୍ୟ ଘଟିଥିଲା।

ଏନେଇ ଗତକାଲି ସନ୍ଧ୍ୟାରେ ପରିବାର ଲୋକେ ଖବର ପାଇବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତ ଶରୀରଗୁଡ଼ିକୁ ଗାଁକୁ ଫେରେଇ ଆଣିବା ପାଇଁ ମୃତକଙ୍କ ପରିବାର ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ଯାଜପୁରର ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ ଓ ଯାଜପୁର ବ୍ଲକ ବିଡ଼ିଓ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଏଥିସହ ମର ଶରୀର ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି ବୋଲି ଭାରପ୍ରାପ୍ତ ଜିଲାପାଳ ସୂଚନା ଦେଇଛନ୍ତି।

 

 

 

 

 



from Odisha Reporter https://ift.tt/2vTyPAK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages