ବିଜେଡି ଓ ବିଜେପି ବିଧାୟକ ଦଳ ବୈଠକ ଆଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 12, 2020

ବିଜେଡି ଓ ବିଜେପି ବିଧାୟକ ଦଳ ବୈଠକ ଆଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ୧୪ତାରିଖରେ ଆରମ୍ଭ ହେଉଛି। ଏଥିପାଇଁ ୩ ପ୍ରମୁଖ ଦଳ ନିଜ ନିଜର ରଣନୀତିକୁ ଚୂଡ଼ାନ୍ତ ପାଇଁ ବିଧାୟକ ଦଳ ବୈଠକ ଡାକିଛନ୍ତି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି। ବିରୋଧୀ ବିଜେପିର ବିଧାୟକ ଦଳ ବୈଠକ ଆଜି ଅପରାହ୍ନ ୧ଟାରେ ହେବାକୁ ଥିବାବେଳେ କଂଗ୍ରେସ ଓ ଶାସକ ବିଜେଡିର ବିଧାୟକ ଦଳ ବୈଠକ ସନ୍ଧ୍ୟାରେ ଅନୁଷ୍ଠିତ ହେବ।

ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବଜେଟ୍ ଅଧିବେଶନରେ ଦଳର ରଣନୀତି ବିଷୟରେ ଆଲୋଚନା କରିବା ପାଇଁ ଦଳର ରାଜ୍ୟ କାର୍ଯ୍ୟାଳୟରେ ଆଜି ଅପରାହ୍ନ ୧ଟାରେ ବିଜେପିର ବିଧାୟକ ଦଳ ବୈଠକ ବସିବ। ଏଥିରେ ଦଳର ସମସ୍ତ ବିଧାୟକମାନେ ଉପସ୍ଥିତ ରହି ଆଗାମୀ ଅଧିବେଶନରେ ଦଳର ଆଭିମୁଖ୍ୟ କ’ଣ ରହିଛି ସେ ଦିଗରେ ବିଚାରବିମର୍ଶ କରିବେ ବୋଲି  ବିରୋଧୀ ଦଳର ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି।

ସେହିପରି ଅପରାହ୍ନ ସାଢ଼େ ୫ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବିରୋଧୀ ଦଳକୁ କାଉଣ୍ଟର କରିବା ପାଇଁ ଶାସକ ବିଜେଡି ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି। କଂଗ୍ରେସର ବିଧାୟକ ଦଳ ମଧ୍ୟ ଆଜି ସନ୍ଧ୍ୟାରେ ବସିବ ବୋଲି ସୂଚନା ମିଳିଛି।



from Odisha Reporter https://ift.tt/2SAPq3S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages