କଞ୍ଚା ପନିପରିବା ସହ ମାଛ ଶୁଖୁଆ ବି ଛାଡ଼ୁ ନାହାନ୍ତି ସର୍ବଗିଳା ରଞ୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 12, 2020

କଞ୍ଚା ପନିପରିବା ସହ ମାଛ ଶୁଖୁଆ ବି ଛାଡ଼ୁ ନାହାନ୍ତି ସର୍ବଗିଳା ରଞ୍ଜନ

କଟକ(ଓଡ଼ିଶା ରିପୋର୍ଟର): ବ୍ୟଙ୍ଗ କବି, କଣ୍ଠଶିଳ୍ପୀ ଏବଂ ଏକକ ଅଭିନେତା ପରି କଳାରେ ପାରଙ୍ଗମ ରଞ୍ଜନ କୁମାର ସାହୁ।  ଏଥିରେ କିନ୍ତୁ ସନ୍ତୁଷ୍ଟ ନ ଥିବା ରଞ୍ଜନଙ୍କୁ କିଛି ନୂଆ କରିବାର ପାଗଳାମି ଦେଇଛି ଆଉ ନୂଆ ପରିଚୟ। ସବୁବେଳେ କିଛି ନୂଆ କରି ଦେଖାଇବାକୁ ଚାହଁଥିବା ରଞ୍ଜନ ଶେଷରେ ସବୁ ଜିନିଷ କଞ୍ଚା ଖାଇବାରେ ସିଦ୍ଧହସ୍ତ ହୋଇଯାଇଛନ୍ତି। ଏପରି ଅଭ୍ୟାସ ତାଙ୍କୁ ଦେଇଛି ସର୍ବଗିଳା ରଞ୍ଜନର ଟ୍ୟାଗ୍‌।

କଟକ ସହରରେ ସର୍ବଗିଳାର ମାନ୍ୟତା ପାଇଛନ୍ତି ରଞ୍ଜନ କୁମାର ସାହୁ। ଘର କେନ୍ଦ୍ରାପଡ଼ା ଜିଲ୍ଲା ଓରଗଳା ଗାଁରେ। ପେଟ ପାଟଣା ପାଇଁ ପରିବାର ସହ ରୁହନ୍ତି ରାଜାବଗିଚା ଅଞ୍ଚଳରେ।

ରଞ୍ଜନ ଏବେ କଞ୍ଚା ମାଛ ଓ କଞ୍ଚା ପନିପରିବା କିଛି ମାନୁ ନାହାନ୍ତି।  ଯାହା ପାଇଲେ ସବୁ ରୋଷେଇ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ତାଙ୍କ ଧୈର୍ଯ୍ୟ ରହୁ ନାହାନ୍ତି। ତାହା ପୂର୍ବରୁ ସେ ତାହାକୁ କଞ୍ଚା ଖାଇଯାଉଛନ୍ତି। ଏମିତିକି ପଚ୍ଚା ମାଛ, ଶୁଖୁଆ ବି କଞ୍ଚା ଖାଇଛନ୍ତି ସର୍ବଗିଳା ରଞ୍ଜନ। ଖାଲି ମାଛ, ପନିପରିବା ନୁହେଁ ନିଆଁ ବି ଖାଇଯାଉଛନ୍ତି ସେ।

ଅପରିବାର ସଦସ୍ୟ ଆଉ ସାଙ୍ଗସାଥୀଙ୍କ କହିବା କଥା ହେଲା, କିଛି ବର୍ଷ ପୂର୍ବରୁ ରଞ୍ଜନ କଞ୍ଚା ଖାଇବା ଆରମ୍ଭ କରିଥିଲେ। ଆଉ ଏବେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଛି। ଏଭଳି ଅଦ୍ଭୁତ ଅଭ୍ୟାସ ସାଙ୍ଗକୁ କିଛି କଳା କୌଶଳ ବି ଜାଣିଥିବାରୁ ଏହାକୁ ମନୋରଞ୍ଜନ ଧର୍ମୀ ପେସାରେ ପରିଣତ କରିଛନ୍ତି ରଞ୍ଜନ।

ଏ ସମ୍ପର୍କରେ ରଞ୍ଜନ କହିଛନ୍ତି, ପିଲାଦିନୁ ଦାରିଦ୍ର ଭିତରେ ଭୋକ ଉପାସରେ ରହିଛୁ। କିନ୍ତୁ ମୁଁ ସବୁବେଳେ ନିଜେ କିଛି କରିବାର ପ୍ରୟାସ ଜାରି ରଖିଥିଲି। ଆମେ  ପରିବା ସିଝାଇ ଖାଉଥିବା ବେଳେ ଏହାକୁ କଞ୍ଚା ଖାଇଲେ ମଧ୍ୟ ହଜମ ପ୍ରକ୍ରିୟାରେ କିଛି ଅସୁବିଧା ଦେଖାଦେଉନି। ଚିନି କିମ୍ବା ମଇଦା ଜିନିଷ ଖାଇବାକୁ ପସନ୍ଦ କରୁ ନ ଥିବା ବେଳେ ଲୁଣି ଜିନିଷ ଖାଇବାକୁ ପସନ୍ଦ କରେ।    ଏହାବ୍ୟତୀତ କାଚ, ଚୋକଡ଼ ଆଦି ଖାଇପାରୁଛି। ଏହାପରେ ନୂଆ କ’ଣ ଖାଇହେବ  ସେ ସମ୍ପର୍କରେ ମଧ୍ୟ ସନ୍ଧାନ ଚଳାଇଛି। ପ୍ରୋତ୍ସାହନ ମିଳିଲେ ନିହାତି ଆଗକୁ ବଢ଼ିବି ବୋଲି କହିଛନ୍ତି ରଞ୍ଜନ।



from Odisha Reporter https://ift.tt/38o3lB3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages