ମାସୁଦ ଆଝାରକୁ ନିଖୋଜ ଦର୍ଶାଇଲା ପାକିସ୍ତାନ, ଏଫଏଟିଏଫ୍‌ ପାଇଁ ନୂଆ ଭେଳିକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 16, 2020

ମାସୁଦ ଆଝାରକୁ ନିଖୋଜ ଦର୍ଶାଇଲା ପାକିସ୍ତାନ, ଏଫଏଟିଏଫ୍‌ ପାଇଁ ନୂଆ ଭେଳିକି

ଇସଲାମାବାଦ: କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଘଣ୍ଟ ଘୋଡ଼ାଇବା ପାଇଁ ପାକିସ୍ତାନ ନୂଆ ରଣନୀତି ଆପଣାଇଛି। ମାସୁଦ ପାକିସ୍ତାନରେ ଥିଲେ ହେଁ ଇସ୍‌ଲାମାବାଦ ତା’କୁ ନିଖୋଜ ଦର୍ଶାଇଛି। ଏଫଏଟିଏଫ୍‌କୁ ବିଭ୍ରାନ୍ତ କରିବା ପାଇଁ ପାକିସ୍ତାନ ମାସୁଦକୁ ନେଇ ଏଭଳି ଗୋଟି ଚାଳନା କରିଥିବା କୁହାଯାଉଛି।

ରବିବାର ଠାରୁ ପ୍ୟାରିସରେ ଏଫଏଟିଏଫ ବୈଠକ ଆରମ୍ଭ ହୋଇଛି। ସମ୍ଭବତଃ ଆସନ୍ତା ଶୁକ୍ରବାର ପାକିସ୍ତାନ ଆତଙ୍କବାଦ ଓ ଆତଙ୍କବାଦୀଙ୍କ ବିରୋଧରେ କେତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ସେ ବିଷୟରେ ଆଲୋଚନା ହେବ। ବର୍ତ୍ତମାନ ଏଫଏଟିଏଫର ଗ୍ରେ ଲିଷ୍ଟରେ ଥିବା ପାକିସ୍ତାନ କଳା ତାଲିକାରୁ ବର୍ତ୍ତିବା ପାଇଁ ସବୁ ପ୍ରକାରର ଉଦ୍ୟମ କରୁଛି।

ପ୍ରଥମେ ଲୋକ ଦେଖାଣିଆ ଭାବେ ପାକିସ୍ତାନ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦକୁ ଗିରଫ କରିଥିଲା। ଏବେ ମାସୁଦକୁ ଧରିବା ପାଇଁ ବିଭିନ୍ନ ମହଲରୁ ଚାପ ପଡ଼ିବା ଆରମ୍ଭ ହୋଇଥିଲା। ମାସୁଦକୁ ଗିରଫ କରିବା ପରିବର୍ତ୍ତେ ପାକିସ୍ତାନ ସେ ନିଖୋଜ ହୋଇଯାଇଥିବା କହିଛି। ପାକିସ୍ତାନ ଏଫଏଟିଏଫକୁ କହିଛି ଯେ ମାସୁଦ ଆଝାର ସମ୍ପର୍କରେ କୌଣସି ସୂଚନା ନଥିବାରୁ ଇସଲାମାବାଦ ତା’ ନାଁରେ ଏଫଆଇଆର ରୁଜୁ କରିପାରୁନାହିଁ।

ଆତଙ୍କବାଦୀଙ୍କୁ ସବୁ ପ୍ରକାରର ସହଯୋଗ ଯୋଗାଇ ଦେଉଥିବା ପାକିସ୍ତାନକୁ ଫେବୃଆରୀ ମାସ ଶେଷ ସୁଦ୍ଧା ଏହାକୁ ବନ୍ଦ କରିବାକୁ କୁହାଯାଇଥିଲା। ଏଥିପାଇଁ ଏଫଏଟିଏଫ୍‌ ପାକିସ୍ତାନ ଆଗରେ ୨୭ଟି ନିୟମାବଳୀ ଉପସ୍ଥାପନ କରିଥିଲା। ଜାନୁଆରୀ ମାସରେ ବେଜିଂଠାରେ ଏଫଏଟିଏଫର ରିଭ୍ୟୁ ବୈଠକ ବସିଥିଲା। ଏହି ସମୟରେ ଚାଇନା ବନ୍ଧୁ ପାକିସ୍ତାନ ପାଇଁ ଓକିଲାତି କରିଥିଲା। ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟ କରୁଥିବା ଚାଇନା ପକ୍ଷରୁ ଏଫଏଟିଏଫର ଅଧିକାରୀମାନଙ୍କୁ ବୁଝାଯାଇଥିଲା। ତେଣୁ ଏଫଏଟିଏଫ୍‌ କ’ଣ ନିଷ୍ପତ୍ତି ନେଉଛି, ତାହା ଶୁକ୍ରବାର ବୈଠକ ପରେ ସ୍ପଷ୍ଟ ହୋଇଯିବ।



from Odisha Reporter https://ift.tt/2HwM0tW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages