କରୋନା ଭୟରେ ଆତ୍ମହତ୍ୟା କଲେ ଏହି ଭାରତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 11, 2020

କରୋନା ଭୟରେ ଆତ୍ମହତ୍ୟା କଲେ ଏହି ଭାରତୀୟ

ହାଇଦ୍ରାବାଦ୍‌ : କରୋନା ଭାଇରସ୍‌ ବା କୋବିଡ୍‌ -୧୯ ସଂକ୍ରମଣର ଭୟ ଏପରି ଯେ ଲୋକମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ଆନ୍ଧ୍ର ପ୍ରଦେଶ ଚିତୁର ଜିଲ୍ଲାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ପରିବାରକୁ ଏହି ଭାଇରସ୍‌ ସଂକ୍ରମଣ ହେବା ଭୟରେ ବାଳକୃଷ୍ଣେୟା ନାମକ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁସାରେ ୫୪ ବର୍ଷୀୟ ବାଳକୃଷ୍ଣେୟାଙ୍କ ଶରୀର ଅସୁସ୍ଥ ହେବା ଯୋଗୁଁ ପରିବାର ଲୋକେ ତାଙ୍କୁ ଯାଞ୍ଚ ପାଇଁ ଶନିବାର ଆନ୍ଧ୍ରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଯାଞ୍ଚ ପରେ ସେଠାରେ ତାଙ୍କର ୟୁରିନାରୀ ଟ୍ରାକ୍‌ ଇନଫେରସନ୍‌ ଥିବା ଜଣାପଡ଼ିଥିଲା। କିନ୍ତୁ ଡାକ୍ତରଙ୍କ ସହିତ କଥାବାର୍ତ୍ତା ପରେ ତାଙ୍କୁ କରୋନା ଭାଇରସ୍‌ ହୋଇଥିବା ସେ ସନ୍ଦେହ କରିଥିଲେ। ହସ୍ପିଟାଲରୁ ଫେରିବା ପରେ ବାଳକୃଷ୍ଣେୟା ପରିବାର ଲୋକଙ୍କ ସହ ଅଜବ ପ୍ରକାରର ବ୍ୟବହାର କରିଥିଲେ। ପରେ ସୋମବାର ସକାଳେ ସେ ଆତ୍ମହତ୍ୟା କରିଥିଲେ।

ବାଳକୃଷ୍ଣେୟାଙ୍କ ପୁଅଙ୍କ କହିବା ଅନୁସାରେ କୋବିଡ୍‌ ୧୯ ସଂକ୍ରମଣ ହୋଇନାହିଁ ବୋଲି ସେ ବାପାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପାଠ ପଢ଼ିନଥିବାରୁ ଡାକ୍ତରଙ୍କ କଥା ବୁଝି ନପାରି କରୋନା ଭାଇରସ୍ ହୋଇଛି ବୋଲି ଚିନ୍ତା କରି ବାରା ଆତ୍ମହତ୍ୟା କରିଥିଲେ।

ଏପରିକି ଇନଫେକସନ୍‌ କାରଣରୁ ଡାକ୍ତର ତାଙ୍କୁ ମୁହଁରେ ମାସ୍କ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ କରୋନା ଭାଇରସ୍‌ ଯୋଗୁଁ ଡାକ୍ତର ଏପରି କହୁଛନ୍ତି ବୋଲି ବାଳକୃଷ୍ଣେୟା ସନ୍ଦେହ କରିଥିଲେ। ତେଣୁ ଏହି ରୋଗ ତାଙ୍କ ପରିବାର ଓ ଗାଁ ଲୋକଙ୍କୁ ନହେଉ ବୋଲି ସେ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ କହିଛନ୍ତି।

କୋବିଡ୍‌ -୧୯ରେ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ୪୪୮୩୩ ଜଣ ସଂକ୍ରମିତ ହୋଇଛନ୍ତି। ଏହି ଭାଇରସ୍‌ ଯୋଗୁଁ ୧୧୧୨ ଲୋକଙ୍କର ମୃତ୍ୟୁ ହୋଇସାରିଛି।



from Odisha Reporter https://ift.tt/31NnL43

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages