୧୦ ଟଙ୍କାରେ ରୋଗୀଙ୍କର ଚିକିତ୍ସା କରୁଛନ୍ତି ୭୯ ବର୍ଷୀୟ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 11, 2020

୧୦ ଟଙ୍କାରେ ରୋଗୀଙ୍କର ଚିକିତ୍ସା କରୁଛନ୍ତି ୭୯ ବର୍ଷୀୟ ଡାକ୍ତର

ବେଙ୍ଗାଲୁରୁ : ସୃଷ୍ଟିରେ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନର ଆଖ୍ୟା ଦିଆଯାଇଥାଏ। ଯେଉଁ ଭଗବାନଙ୍କ ପାଇଁ ଲକ୍ଷ ଲକ୍ଷ ଲୋକ ଜୀବନଦାନ ପାଇଥା’ନ୍ତି। ସେହିପରି ଜଣେ ଡାକ୍ତର ହେଉଛନ୍ତି କର୍ଣ୍ଣ, ନାକ, ଗଳା ବିଶେଷଜ୍ଞ ଡାକ୍ତର ଅନପ୍ପା.ଏନ୍‌.ବାଲି। ବୟସ ୭୯। ଘର କର୍ଣ୍ଣାଟକର ବେଲଗାବୀ ଜିଲ୍ଲାରେ।

ଦୀର୍ଘ ୫୦ ବର୍ଷ ଧରି ସେ ରୋଗୀଙ୍କୁ ଚିକିତ୍ସା କରି ଆସୁଛନ୍ତି। ସକାଳ ୧୦ଟା ବାଜି ୩୦ ମିନିଟ୍‌ରେ ତାଙ୍କର କ୍ଲିନିକ୍‌ ଖୋଲିଥାଏ ଏବଂ ସନ୍ଧ୍ୟା ୬ଟା ବାଜି ୩୦ ମିନିଟ୍‌ରେ ବନ୍ଦ ହୋଇଥାଏ। ତିନି ଜଣ ପିଲାଙ୍କ ସାହାଯ୍ୟ ନେଇ ବାଲି କର୍ଣ୍ଣାଟକ ସହର ଓ ଏହାର ଆଖପାଖରେ ଥିବା ଗାଁରୁ ଦୈନିକ ୮୦ରୁ ୧୦୦ ରୋଗୀଙ୍କୁ ଦେଖିଥା’ନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦୀର୍ଘ ୫୦ ବର୍ଷ ଧରି ବାଲି ଫି ବାବଦରେ ରୋଗୀଙ୍କଠାରୁ କେବଳ ୧୦ ଟଙ୍କା ହିଁ ନେଇଥା’ନ୍ତି। ଯଦି କୌଣସି ରୋଗୀ ଫି ଦେଇପାରନ୍ତି ନାହିଁ, ତାଙ୍କର ମାଗଣାରେ ଚିକିତ୍ସା କରିଥା’ନ୍ତି।

କର୍ଣ୍ଣାଟକରେ ରହୁଥିବା ଡାକ୍ତର ଅନପ୍ପା.ଏନ୍‌.ବାଲି ମାଗଣା ଚିକିତ୍ସା ପାଇଁ ବେଶ୍ ଲୋକପ୍ରିୟ। ତାଙ୍କର ଧୈର୍ଯ୍ୟ, ସଂଯମ ଓ କାର୍ଯ୍ୟ ପାଇଁ ସେ ପରିଚିତ। ଏହି କାରଣରୁ ଲୋକେ ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥା’ନ୍ତି। ଅଧିକାଂଶ ଗରିବ ଶ୍ରେଣୀର ଲୋକ ତାଙ୍କ ପାଖକୁ ଚିକିତ୍ସା ପାଇଁ ଧାଇଁ ଆସିଥା’ନ୍ତି। ପ୍ରଥମେ ସେ ଚିକିତ୍ସା ପାଇଁ ୭ ଟଙ୍କା ନେଉଥିଲେ। କିନ୍ତୁ ଲୋକଙ୍କୁ ଖୁଚୁରା ଟଙ୍କା ଦେବା ପାଇଁ ସମସ୍ୟା ହେବାରୁ ପରେ ସେ ଫି ୧୦ ଟଙ୍କା କରିଥିଲେ।

ଡାକ୍ତର ବାଲିଙ୍କର କହିବା ଅନୁସାରେ, ଗୋଟିଏ ଭଲ କାମରୁ ଅନ୍ୟ ଏକ ଭଲ କାମର ଆରମ୍ଭ ହୋଇଥାଏ। ପିଲାଟି ଦିନରୁ ସେ ଆର୍ଥିକ ଅନଟନ କ’ଣ ଦେଖିଛନ୍ତି ଏବଂ କିଛି ସାମାନ୍ୟ ଔଷଧ ପାଇଁ ଟଙ୍କା ଯୋଗାଡ଼ ନକରି ପାରିବାର କଷ୍ଟକୁ ସେ ଅନୁଭବ କରିଛନ୍ତି। ତାଙ୍କୁ ପାଠ ପଢ଼ାଇବା ପାଇଁ ବାପାମା’ଙ୍କ ପାଖରେ ଟଙ୍କା ନଥିଲା। ତେଣୁ କିଛି ସମ୍ପର୍କୀୟଙ୍କ ସହାୟତାରେ ସେ କର୍ଣ୍ଣାଟକର ହୁବଲୀ ୟୁନିଭରସିଟି ଅଫ୍‌ ମେଡିକାଲ୍‌ ସାଇନ୍ସରେ ଏମ୍‌ବିବିଏସ୍‌ ପୂରା କରିଥିଲେ।’

ପ୍ରଥମେ ସରକାରୀ ଡାକ୍ତର ଭାବରେ କର୍ଣ୍ଣାଟକର ଗ୍ରାମୀଣ ଅଞ୍ଚଳରେ ସେ କାମ ଆରମ୍ଭ କରିଥିଲେ। ଏହାପରେ ୧୯୯୮ ମସିହାରେ ବେଲଗାବୀ ଜିଲ୍ଲାରେ ତାଙ୍କ ପ୍ରାଇଭେଟ୍‌ ପ୍ରାକ୍ଟିସ୍‌ ଆରମ୍ଭ କରିଥିଲେ। ରିଟାୟାରମେଣ୍ଟ ପରେ ବାଲି ଏକ ଆରାମ ଜୀବନ ଅତିବାହିତ କରିପାରିଥା’ନ୍ତେ। କିନ୍ତୁ ଏହା ପରିବର୍ତ୍ତେ ସେ ଲୋକଙ୍କର ସେବା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ବାଲି ଆହୁରି ମଧ୍ୟ କୁହନ୍ତି, ଦେଶରେ ସରକାରୀ କିମ୍ୱା ବେସରକାରୀ ସ୍ତରରେ କାମ କରୁଥିବା ୯୦ ପ୍ରତିଶତ ଲୋକଙ୍କର ହେଲଥ୍‌ ଇନସ୍ୟୁରାନ୍ସ ନାହିଁ। ତେଣୁ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ଲୋକେ ଲୋନ୍‌ କରିଥା’ନ୍ତି। ପ୍ରାଇଭେଟ୍ ଟ୍ରିଟମେଣ୍ଟ ମଧ୍ୟ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି। ତେଣୁ ମୁଁ ମୋର ସାମର୍ଥ୍ୟ ଅନୁସାରେ ଲୋକଙ୍କର ସେବା କରୁଛି।



from Odisha Reporter https://ift.tt/37iA0GL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages