ଫିଲ୍ମ ‘ଗିଲ୍ଟି’ରୁ ଡେବ୍ୟୁ କରୁଛନ୍ତି ଆଲିଆଙ୍କ ବେଷ୍ଟଫ୍ରେଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 19, 2020

ଫିଲ୍ମ ‘ଗିଲ୍ଟି’ରୁ ଡେବ୍ୟୁ କରୁଛନ୍ତି ଆଲିଆଙ୍କ ବେଷ୍ଟଫ୍ରେଣ୍ଡ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ଚମତ୍କାର ଅଭିନୟ ବଳରେ ବଲିଉଡ୍‌ରେ ନିଜର ଦବ୍‌ଦବା ଜାହିର୍‌ କରିସାରିଲଣି। ପ୍ରାୟ ନିର୍ଦ୍ଦେଶକଙ୍କର ପ୍ରଥମ ପସନ୍ଦର ନାୟିକା ପାଲଟିଗଲେଣି ଆଲିଆ। ଆଉ ଏବେ ତାଙ୍କ ସବୁଠୁ ପ୍ରିୟ ବନ୍ଧୁ ମଧ୍ୟ ଅଭିନୟରେ କ୍ୟାରିୟର୍‌ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଗଲେଣି।

ଅଭିନେତ୍ରୀ କିୟାରା ଆଡଭାନୀଙ୍କ ଫିଲ୍ମ ‘ଗିଲ୍ଟି’ର ଟ୍ରେଲର୍‌ ଗତ ମଙ୍ଗଳବାର ରିଲିଜ୍‌ ହୋଇଯାଇଛି। ଏହି ଟ୍ରେଲର୍‌ଟି ବେଶ୍ ଦମ୍‌ଦାର୍‌ ହୋଇଛି। ‘ଗିଲ୍ଟି’ ନେଟ୍‌ଫ୍ଲିକ୍ସର ଅରିଜିନାଲ୍‌ ଫିଲ୍ମ। ତେବେ ଏଥିରେ କିୟାରାଙ୍କ ବ୍ୟତୀତ ଯିଏ ଲୋକଙ୍କୁ ଆକର୍ଷିତ କରିଛି ସେ ହେଉଛନ୍ତି ଆକାଂକ୍ଷା ରଞ୍ଜନ୍ କପୁର। ଆକାଂକ୍ଷା ହେଉଛନ୍ତି ଆଲିଆଙ୍କ ବେଷ୍ଟଫ୍ରେଣ୍ଡ। ସେ ଏହି ଫିଲ୍ମରୁ ଡିଜିଟାଲ୍‌ ଡେବ୍ୟୁ କରୁଛନ୍ତି। ଆଲିଆ ଓ ଆକାଂକ୍ଷା ଦୁହେଁ ପିଲାବେଳର ସାଙ୍ଗ। ବହୁତ ସମୟରେ ସୋସାଲ୍‌ ମିଡିଆରେ ଏମାନଙ୍କ ଏକାଠି ଫଟୋ ଦେଖିବାକୁ ମିଳିଛି। ଟ୍ରେଲର୍‌ ରିଲିଜ୍‌ ହେବା ମାତ୍ରେ ହିଁ ଆଲିଆ ଏହାକୁ ଶେଆର୍‌ କରିଛନ୍ତି। ସେ ଲେଖିଛନ୍ତି, ‘ବାଃ କ’ଣ ଟ୍ରେଲର୍ ହୋଇଛି। ମୋ ବେଷ୍ଟଫ୍ରେଣ୍ଡ ଆକାଂକ୍ଷାକୁ ଦେଖନ୍ତୁ।’

View this post on Instagram

#bridetribe

A post shared by 🦋Kanch (@akansharanjankapoor) on

View this post on Instagram

next to you the sky’s so blue

A post shared by 🦋Kanch (@akansharanjankapoor) on

ସୂଚନାଯୋଗ୍ୟ, ଆକାଂକ୍ଷାଙ୍କର କ୍ରିକେଟର୍‌ କେଏଲ୍‌ ରାହୁଲ୍‌ଙ୍କୁ ଡେଟ୍‌ କରିବା ଖବର ମଧ୍ୟ ଚର୍ଚ୍ଚାରେ ରହିଛି। ଉଭୟଙ୍କୁ ଏକାଠି ଡିନର୍‌, ଫିଲ୍ମ ହଲ୍‌ ଓ ହାଉସ ପାର୍ଟିରେ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଆକାଂକ୍ଷାଙ୍କୁ ରାହୁଲଙ୍କ ଘରେ ଦେଖିବାକୁ ମିଳିଛି। ତେବେ ଏମାନେ ପରସ୍ପରକୁ ଡେଟ୍‌ କରୁଛନ୍ତି କି କେବଳ ଭଲ ବନ୍ଦୁ ସେ ବିଷୟରେ କିଛି ଘୋଷଣା କରିନାହାଁନ୍ତି। ତେବେ ଆକାଂକ୍ଷା ଡିଜିଟାଲ୍‌ ପରେ ଖୁବ୍‌ଶୀଘ୍ର ବଲିଉଡ୍‌ରେ ମଧ୍ୟ ଡେବ୍ୟୁ କରିଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2SIOGuU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages