୫୦ କୋଟି ପାର୍ କଲା ‘ମଲଙ୍ଗ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 19, 2020

୫୦ କୋଟି ପାର୍ କଲା ‘ମଲଙ୍ଗ୍’

ମୁମ୍ବାଇ: ମୋହିତ ସୁରୀଙ୍କ ଫିଲ୍ମ ମଲଙ୍ଗ୍ ବକ୍ସଫିସ୍‌ ଅଫିସ୍‌ରେ ଜବରଦସ୍ତ ଆୟ କରୁଛି। ଫିଲ୍ମଟି ରିଲିଜ୍ ହେବାର ୨ ସପ୍ତାହ ପୂରିଗଲାଣି। ହେଲେ ଏବେ ବି ଏହା ଧୁଆଁଦାର ପ୍ରଦର୍ଶନ କରୁଛି। ଫିଲ୍ମଟି ଏବେ ୫୦ କୋଟି ଟଙ୍କାରୁ ଅଧିକ ଆୟ କରିସାରିଲାଣି। ଫିଲ୍ମ ସମୀକ୍ଷକ ରମେଶ ବାଲା ଟ୍ୱିଟର୍‌ରେ ଏକ ପୋଷ୍ଟ ଶେଆର କରି ଏହି ଫିଲ୍ମକୁ ହିଟ୍‌ ଆଖ୍ୟା ଦେଇଛନ୍ତି।

ରମେଶ ବାଲା ଟ୍ୱିଟ୍‌ କରି ଫିଲ୍ମର ଦ୍ୱିତୀୟ ସପ୍ତାହର ଆୟ ଜାରି କରିଛନ୍ତି। ସେ ଲେଖିଛନ୍ତି, ‘ମଲଙ୍ଗ୍’ ଏକ ହିଟ୍‌ ଫିଲ୍ମ ପ୍ରମାଣିତ ହୋଇଛି। ଫିଲ୍ମଟି ବକ୍ସଫିସ୍‌ କଲେକ୍ଶନ୍‌ରେ ୫୦ କୋଟି ଟଙ୍କା ପାର୍‌ କରିସାରିଲେଣି। ଏଥିସହ ଫିଲ୍ମଟି ଚଳିତ ବର୍ଷର ତୃତୀୟ ହିଟ୍‌ ଫିଲ୍ମ ହୋଇଯାଇଛି। ଫିଲ୍ମଟି ଦ୍ୱିତୀୟ ସପ୍ତାହର ଶୁକ୍ରବାର ଦିନ ୨.୨୫ କୋଟି, ଶନିବାର ୨.୫୨ କୋଟି, ରବିବାର ଦିନ ୩.୨୫ କୋଟି, ସୋମବାର ଦିନ ୧.୫୩ କୋଟି ଓ ମଙ୍ଗଳବାର ଦିନ ୧.୪୯ କୋଟି ଟଙ୍କା ଆୟ କରିଛି। ଏଥି ସହ ଫିଲ୍ମଟି ୫୦.୬୯ କୋଟି ଟଙ୍କା ଆୟ କରିନେଇଛି। ଆଗକୁ ମଧ୍ୟ ଫିଲ୍ମର ଆୟ ଜାରି ରହିବ ବୋଲି ଆଶା କରାଯାଉଛି।

ଆଦିତ୍ୟ ରୟ କପୁର ଓ ଦିଶା ପଟାନୀଙ୍କ ଫିଲ୍ମ ‘ମଲଙ୍ଗ୍’ ଫେବୃଆରୀ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମରେ ଲଭ୍‌, ରୋମାନ୍ସ, ଆକ୍ସନ୍‌, ଥ୍ରୀଲର ଓ ଇମୋସନ୍‌ର ତଡ଼କା ରହିଛି। ଫିଲ୍ମରେ ଆଦିତ୍ୟ ଓ ଦିଶା ନିଜ ସିଜ୍‌ଲିଂ କେମେଷ୍ଟ୍ରିରେ ଦର୍ଶକଙ୍କୁ ଘାଇଲା କରିଛନ୍ତି। ଏ ଦିହିଁଙ୍କ ବ୍ୟତୀତ ଫିଲ୍ମରେ ଅନୀଲ କପୁରଙ୍କୁ ଜଣେ ପୁଲିସ୍‌ ଅଫିସର୍‌ ଭୂମିକାରେ ଦେଖିବାକୁ ମିଳିଛି। ହାତରେ ବନ୍ଧୁକ ଧରି ସେ ଜବରଦସ୍ତ ଆକ୍ସନ ଦେଖାଇଛନ୍ତି। ତାଙ୍କ ବ୍ୟତୀତ କୁନାଲ୍‌ ଖେମୁ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ନେଗେଟିଭ୍‌ ରୋଲ୍‌ରେ କୁନାଲ୍‌ଙ୍କ ଅଭିନୟ ସବୁଠୁ ଦମ୍‌ଦାର୍‌ ହୋଇଛି। ଫିଲ୍ମର କ୍ଲାଇମ୍ୟାକ୍ସ ବହୁତ ଭଲ ହୋଇଛି, ଯେଉଁଥିରେ ଦିଶାଙ୍କୁ ଏକ ଅଲଗା ଅନ୍ଦାଜ୍‌ରେ ଦେଖିବାକୁ ମିଳିଛି। ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଯୁବପିଢ଼ିଙ୍କୁ ବେଶି ଭଲଲାଗିଛି।



from Odisha Reporter https://ift.tt/2SIOKLa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages