କେରଳରେ ଦ୍ୱିତୀୟ କରୋନା ଭାଇରସ ରୋଗୀ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 1, 2020

କେରଳରେ ଦ୍ୱିତୀୟ କରୋନା ଭାଇରସ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଆଉ ଜଣେ କରୋନା ଭାଇରସରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଯେଉଁ ରୋଗୀ ଚିହ୍ନଟ ହୋଇଥିଲେ ସେ କେରଳର ଥିଲେ। ଏବେ ଦ୍ୱିତୀୟ ରୋଗୀ ମଧ୍ୟ କେରଳର। ଚାଇନାର ଉହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କରୋନା ଭାଇରସରେ ଏଯାବତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଛି। ଏହି ଘାତକ ଭାଇରସର ଆକ୍ରାନ୍ତ ସଂଖ୍ୟା ଏବେ ୧୧,୭୯୧ରେ ପହଞ୍ଚିଛି। ଏବେ ସାରା ବିଶ୍ୱର ୨୦ଟି ଦେଶରେ ଏହି ଭାଇରସ ବ୍ୟାପୀଥିବା ଜଣାପଡ଼ିଛି।

କେରଳରେ ଚିହ୍ନଟ ହୋଇଥିବା ଦ୍ୱିତୀୟ କରୋନା ଭାଇରସ ରୋଗୀ ଚାଇନାର ବୋଲି ଜଣାପଡ଼ିଛି। ଏହି ରୋଗୀ ଜଣଙ୍କ ଜାନୁଆରୀ ୨୪ରେ ଚାଇନାରୁ କେରଳକୁ ଆସିଥିଲେ। ଏବେ ଏହି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ କେରଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲା। ଜଣେ ମେଡିକାଲ ଛାତ୍ର ଏହି ରୋଗର ଶିକାର ହୋଇଛନ୍ତି। କରୋନା ଭାଇରସର ଉତ୍ପତି ସ୍ଥଳୀ କୁହାଯାଉଥିବା ଉହାନ ସହରରେ ଏହି ମେଡିକାଲ ଛାତ୍ର ଜଣଙ୍କ ଡାକ୍ତରୀ ପାଠ ପଢ଼ୁଥିଲେ। କେରଳରେ ସେ ପହଞ୍ଚିବା ପରେ ତାଙ୍କ ଗଳାରେ ଇନଫେକସନ ହୋଇଥିବା ଜାଣିବାକୁ ପାଇଥିଲେ। ଯାହାକି କରୋନା ଭାଇରସର ଲକ୍ଷ୍ୟଣ। ଏହାପରେ ସେ ଡାକ୍ତରୀ ପରୀକ୍ଷା କରିବା ପରେ କରୋନା ଭାଇରସରେ ସେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏବେ କେରଳର ୮୦୦ ଜଣ ଲୋକ କରୋନା ଭାଇରସର ଶିକାର ହୋଇଥାଇପାରନ୍ତି ଆଶଙ୍କା କରି ଡାକ୍ତରଙ୍କ ଅବଜରଭେସନରେ ରହିଛନ୍ତି।



from Odisha Reporter https://ift.tt/36O8b97

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages