ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ୫୭ ନମ୍ୱର ଜାତୀୟ ରାଜପଥର ବାମଣ୍ଡା ଛକରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସନନ୍ଦା ପ୍ରଧାନ (୨୭)। ତାଙ୍କ ଘର ବୌଦ୍ଧ ସଦର ବ୍ଲକ୍ର ବାମଣ୍ଡା ଗାଁରେ।
ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସନନ୍ଦା ତାଙ୍କ ବାଇକ୍ରେ ଲାଣ୍ଡିବନ୍ଧ ଗାଁରୁ ନିଜ ଗାଁକୁ ଆସୁଥିବା ବେଳେ ବାମଣ୍ଡା ଛକରେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ବୋଲି କୁହାଯାଉଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2u2fIUA
No comments:
Post a Comment