ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲେ ରସୁଲପୁର ଯୁବ ବିଜେଡି ସଭାପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 29, 2020

ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲେ ରସୁଲପୁର ଯୁବ ବିଜେଡି ସଭାପତି

ଯାଜପୁର (ଗୁଲାମ ଗସ୍‌): ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ରସୁଲପୁର ବ୍ଲକ୍‌ ଯୁବ ବିଜେଡି ସଭାପତି ସୁବାସ ଖୁଣ୍ଟିଆଙ୍କୁ ପୁଲିସ୍‌ ଗିରଫ କରିଛି।

ଫେବ୍ରୁଆରୀ ୨୩ ତାରିଖରେ ଜଣେ ୧୧ ବର୍ଷର ଝିଅକୁ କିଛି ଦୁର୍ବୃତ୍ତ ତାଙ୍କ ଗାଁ ନିକଟରୁ ଉଠାଇ ନେଇ କୋଳତଳ ସ୍ଥିତ ସୁବାସଙ୍କ ଘରେ ରଖିଥିଲେ। ସେଠାରେ ରାତିରେ ସୁବାସ ତାଙ୍କୁ ଦୁଷ୍କର୍ମ କରିଥିଲା। ତେବେ ୨୬ ତାରିଖରେ ନାବାଳିକା ଜଣଙ୍କ ସେଠାରୁ କୌଶଳକ୍ରମେ ଖସି ଆସି ଘରେ ସବୁ କଥା କହିଥିଲା। ୨୮ ତାରିଖ ସନ୍ଧ୍ୟାରେ ତାଙ୍କ ବାପା କୁଆଖିଆ ଥାନାରେ ଏନେଇ ଅଭିଯୋଗ କରିଥିଲେ।

ଏହି ଘଟଣାରେ ପୁଲିସ୍‌ ଘର ମାଲିକ ତଥା ରସୁଲପୁର ଯୁବ ବିଜେଡି ସଭାପତି ସୁବାଷ ଖୁଣ୍ଟିଆକୁ ଥାନାକୁ ଆଣି ପଚରାଉଚରା କରିବା ସହିତ ଅଟକ ରଖିଥିଲା। ପୀଡ଼ିତା ଜଣଙ୍କ ପୁଲିସ ସମ୍ମୁଖରେ ସୁବାସଙ୍କୁ ଚିହ୍ନଟ କରିଥିଲେ। ଏହା ପରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଏଥିସହ ଯାଜପୁର ମେଡିକାଲରେ ତାଙ୍କର ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରାଯାଇଛି।

ଏନେଇ ଅଭିଯୁକ୍ତ ବିଜେଡି ନେତା ସୁବାସ ଖୁଣ୍ଟିଆ କହିଛନ୍ତି, “ଏହା ସଂପୂର୍ଣ୍ଣ ମିଥ୍ୟା। ଏହା ମନ ଗଢ଼ା କାହାଣୀ।”



from Odisha Reporter https://ift.tt/2TsyyN5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages