କ୍ରାଇଷ୍ଟଚର୍ଚ୍ଚ: ଶନିବାରଠାରୁ କ୍ରାଇଷ୍ଟଚର୍ଚ୍ଚର ହେଗଲେ ଓଭାଲ୍ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଇନିଂସ୍ରେ ଭାରତୀୟ ଦଳ ମାତ୍ର ୨୪୨ ରନ୍ରେ ସୀମିତ ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଟିମ୍ ମଧ୍ୟ ପାଣି ପିଇଛି। ଦଳ ପ୍ରଥମ ଇନିଂସ୍ରେ ୭ ରନ୍ ପଛରେ ରହିଛି। ଅର୍ଥାତ୍ ଭାରତୀୟ ବୋଲରଙ୍କୁ ସାମ୍ନା କରିବାରେ ବିଫଳ ଘରୋଇ ଟିମ୍ ୨୩୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। ଆଉ ଏହା ପରେ ଭାରତ ତା’ର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଛି।
ଗତକାଲି କୌଣସି ୱିକେଟ୍ ନ ହରାଇ ୬୩ ରନ୍ କରିଥିବା ନ୍ୟୁଜିଲ୍ୟାଣ୍ଡ ଆଜି ସ୍କୋର୍ବୋର୍ଡରେ ଆଉ ମାତ୍ର ୧୭୨ ରନ୍ ଯୋଡ଼ି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଓପନର୍ ଟମ୍ ଲାଥମ୍ ସର୍ବାଧିକ ୫୨ ରନ୍ (୧୨୨ ବଲ୍, ୫ ଚୌକା) କରିଥିବା ବେଳେ ୯ ନମ୍ବରରେ ଆସିଥିବା କାଇଲ୍ ଜେମିସନ୍ ୪୯ ରନ୍ (୬୩ ବଲ୍, ୭ ଚୌକା) କରିଥିଲେ। ଏ ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜ୍ରେ ତିଷ୍ଠି ପାରି ନଥିଲେ।
ଗତକାଲି ୨୯ ରନ୍ କରି ନଟ୍ ଆଉଟ୍ ଥିବା ଟମ୍ ବ୍ଲୁଣ୍ଡେଲ୍ ଆଜି ଆଉ ମାତ୍ର ୧ ରନ୍ କରି ଉମେଶ ଯାଦବଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟୁ ହୋଇଥିଲେ। ସେହିପରି ଅଧିନାୟକ କେନ୍ ୱିଲିୟମ୍ସନ୍ ମାତ୍ର ୩ ରନ୍ କରି ଯଶପ୍ରୀତ୍ ବୁମ୍ରାଙ୍କ ବଲ୍ରେ ଋଷଭ ପନ୍ତଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ରସ୍ ଟେଲର ୧୫ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କ ବଲ୍ରେ ଉମେଶ ଯାଦବଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ହେନ୍ରୀ ନିକୋଲାସ୍ ୧୪ ରନ୍ କରିଥିଲେ। ସେ ମହମ୍ମଦ ଶାମିଙ୍କ ବଲ୍ରେ ବିରାଟ କୋହଲିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।
ୱିକେଟ୍ କିପର୍ ବିଜେ ୱାଟଲିଙ୍ଗ୍ ଖାତା ଖୋଲି ପାରି ନଥିଲେ। ସେ ୧୬ଟି ବଲ୍ର ସମ୍ମୁଖୀନ ହୋଇଥିଲେ ମଧ୍ୟ ଖାତା ଖୋଲିପାରି ନଥିଲେ ଓ ଶେଷରେ ଯଶପ୍ରୀତ ବୁମ୍ରାଙ୍କ ବଲ୍ରେ ରବୀନ୍ଦ୍ର ଜାଡ଼େଜାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। କୋଲିନ୍ ଡି’ ଗ୍ରାଣ୍ଡହୋମ୍ଙ୍କୁ ରବୀନ୍ଦ୍ର ଜାଡେଜା ବୋଲ୍ଡ କରି ଦେଇଥିଲେ। ସେ କେବଳ ୨୬ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଟିମ୍ ସାଉଦି ଶୂନରେ ଆଉଟ୍ ହୋଇଥିଲେ। ସେ ଯଶପ୍ରୀତ୍ ବୁମ୍ରାଙ୍କ ଶିକାର ହୋଇଥିଲେ। ଯଶପ୍ରୀତ୍ଙ୍କ ବଲ୍ରେ ଋଷଭ ପନ୍ତଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।
କାଇଲ୍ ଭଲ ଖେଳୁଥିଲେ। ତେବେ ୪୯ ରନ୍ କରିଥିବା ବେଳେ ମହମ୍ମଦ ଶାମିଙ୍କ ବଲ୍ରେ ଋଷଭ ପନ୍ତଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିଭଳି ନିଲ୍ ୱାଗ୍ନର୍ ୨୧ ରନ୍ କରି ମହମ୍ମଦ ଶାମିଙ୍କ ଶିକାର ହୋଇଥିଲେ। ସେ ରବୀନ୍ଦ୍ର ଜାଡେଜାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଟ୍ରେଣ୍ଟ ବୋଲ୍ଟ ୧ ରନ୍ କରି ଅପରାଜିତ ରହିଥିଲେ।
ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ୍ ବୁମ୍ରା ୩ଟି, ରବୀନ୍ଦ୍ର ଜାଡ଼େଜା ୨ ଓ ଉମେଶ ଯାଦବ ଗୋଟିଏ ୱିକେଟ୍ ନେଇଥିଲେ।
ସୂଚନାଯୋଗ୍ୟ, ଗତକାଲି ପୃଥ୍ୱୀ ଶ’ଙ୍କ ୫୪ ରନ୍, ଚେତେଶ୍ୱର ପୂଜାରାଙ୍କ ୫୪ ରନ୍ ଓ ହନୁମା ବିହାରୀଙ୍କ ୫୫ ରନ୍ ବଳରେ ଭାରତ ପ୍ରଥମ ଇନିଂସ୍ରେ ୨୪୨ ରନ୍ କରିବାକୁ ସକ୍ଷମ ହୋଇଥିଲା।
from Odisha Reporter https://ift.tt/2wmoPQr
No comments:
Post a Comment