କେନ୍ଦ୍ରାପଡ଼ାରେ ୫ ଘଣ୍ଟା ଖୋଲିବ ଦୋକାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 31, 2020

କେନ୍ଦ୍ରାପଡ଼ାରେ ୫ ଘଣ୍ଟା ଖୋଲିବ ଦୋକାନ

କେନ୍ଦ୍ରାପଡ଼ା (ମନୋଜ  ସ୍ୱାଇଁ): ଲକ୍‌ଡାଉନ୍‌ରୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନକୁ ବାଦ୍ ଦିଆଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ଗ୍ରୋସରୀ ଓ ପନିପରିବା ତଥା ଫଳମୂଳ ବିକ୍ରି କରୁଥିବା ଦୋକାନ। ସେହିପରି ମାଛ, ମାଂସ, ଅଣ୍ଡା ଓ ଦୁଗ୍ଧ ବିକ୍ରି କରୁଥିବା ଦୋକାନଗୁଡ଼ିକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି। କିଛି ନୀତିନିୟମ ଲାଗୁ କରି ସେଗୁଡ଼ିକୁ ଖୋଲା ରଖାଯାଇଛି। ଏଗୁଡ଼ିକ ଦିନ ସାରା ଖୋଲା ରହିପାରିବ। ଏମିତିକି ରାତିରେ ବି ଖୋଲା ରହୁଛି। ତେବେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏ ଦିଗରେ ଆଉ ଟିକେ କଠୋର ହୋଇଛନ୍ତି। ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ରାପଡ଼ା ସହରରେ ଆଜିଠାରୁ କେବଳ ୫ ଘଣ୍ଟା ପାଇଁ ଏହି ସବୁ ଦୋକାନ ଖୋଲା ରହିବ। ସକାଳ ୬ଟାରୁ ୧୧ ପର୍ଯ୍ୟନ୍ତ ଏଗୁଡ଼ିକ ‌ଖୋଲା ରହିବ। ଏହି ସମୟ ମଧ୍ୟରେ ଲୋକେ ଆବଶ୍ୟକୀୟ ଜିନିଷ କିଣିପାରିବେ। ପୂର୍ବଭଳି ଆଉ ଦିନ ସାରା ଦୋକାନ ଖୋଲା ରହିବ ନାହିଁ। ତେବେ ଏହି ନୂଆ କଟକଣାରୁ ଔଷଧ ଦୋକାନଗୁଡ଼ିକୁ ବାଦ୍ ଦିଆଯାଇଛି।

ଦିନ ସାରା ଦୋକାନ ଖୋଲା ରହିବାରୁ ଲୋକେ ଏଗୁଡ଼ିକରେ ଭିଡ଼ ଜମାଉଥିବା ଜିଲ୍ଲା ପ୍ରଶାସନ ଦେଖିବାକୁ ପାଇଥିଲା। କାମ ନ ଥିଲେ ବି ଲୋକେ ବାହାନା ଦେଖାଇ ବାହାରକୁ ଆସୁଥିଲେ। ଏଣୁ ଲକ୍‌ଡାଉନ୍‌ ନିୟମକୁ ଜିଲ୍ଲା ପ୍ରଶାସନ କଡ଼ାକଡ଼ି ଭାବେ ପାଳନ କରିବାକୁ ଏମିତି ନିଷ୍ପତ୍ତି ନେଇଛି। 

ସୂଚନାଯୋଗ୍ୟ, ଇତି ମଧ୍ୟରେ ଓଡ଼ିଶାରେ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଭୁବନେଶ୍ୱରର ତିନି ଜଣ ବ୍ୟକ୍ତି  କରୋନ ପଜିଟିଭ୍ ଭାବେ ଚିହ୍ନଟ ହୋଇଥିବା ବେଳେ ଗତକାଲି ଭଦ୍ରକର ଜଣେ ଯୁବକ ଏଥିରେ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି। ନିକଟରେ ସେ ଦୁବାଇରୁ ଫେରିଥିଲେ।



from Odisha Reporter https://ift.tt/3bHs98h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages