ସାତକୋଶିଆ ଅଭୟାରଣ୍ୟରେ ଆଖି ବୁଜିଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 18, 2020

ସାତକୋଶିଆ ଅଭୟାରଣ୍ୟରେ ଆଖି ବୁଜିଲା ହାତୀ

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ବହାମୁଣ୍ଡା ସେକ୍ସନରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ହାତୀଟିର ବୟସ ଆନୁମାନିକ ୧୫-୨୦ ବର୍ଷ ହେବ ବୋଲି ଜଣାପଡ଼ିଛି। କିଛିଦିନ ପୂର୍ବରୁ ହାତୀଟି ଅନୁଗୋଳ ଡିଭିଜନରୁ ସାତକୋଶିଆରେ ପ୍ରବେଶ କରିଥିବା ବେଳେ ଅସୁସ୍ଥ ଥିବା ଜଣାପଡ଼ିଥିଲା। ହେଲେ ହାତୀକୁ ଠାବ କରି ଚିକିତ୍ସା କରିବା ନିମନ୍ତେ ବନବିଭାଗ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲା।

ଗତକାଲି ବନବିଭାଗ ପାଟ୍ରୋଲିଂ ଟିମ୍‌ ଅସୁସ୍ଥ ହାତୀକୁ ଠାବ କରି  ଚିକିତ୍ସା କରିଥିଲେ ମଧ୍ୟ ହାତୀଟିର ମୃତ୍ୟୁ ଘଟିଥିଲା। ହାତୀଟିର ପେଟ ତଳେ ଗୋଟିଏ ପୁରୁଣା କ୍ଷତ ଥିବା ବେଳେ ସେପ୍ଟିସେମିଆ ହୋଇ ତାର ମୃତ୍ୟୁ  ଘଟିଥିବା ନେଇ ସାତକୋଶିଆ ପ୍ରାଣୀ ଚିକିତ୍ସକ ପ୍ରାଥମିକ ରିପୋର୍ଟରେ ଦର୍ଶାଇଛନ୍ତି। ଏନେଇ ସାତକୋଶିଆ DFO ରାମାସ୍ୱାମୀ.ପି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସାତକୋଶିଆ DFO ସୂଚନା ଦେଇଛନ୍ତି।



from Odisha Reporter https://ift.tt/3bct28J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages