ଆମେରିକାରେ ଗୋଟିଏ ଦିନରେ ୭୪୮ ଜଣଙ୍କର ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 31, 2020

ଆମେରିକାରେ ଗୋଟିଏ ଦିନରେ ୭୪୮ ଜଣଙ୍କର ମୃତ୍ୟୁ

ଓ୍ୱାଶିଂଟନ: ମହାମାରୀ କରୋନା ଭାଇରସର ନୂଆ ଠିକଣା ପାଲଟିଛି ଆମେରିକା। ମଙ୍ଗଳବାର କରୋନାରେ ୨୪,୭୪୨ ଜଣ ନୂଆ ଆକ୍ରାନ୍ତ ହୋଇଥିବା ବେଳେ ୭୪୮ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୮, ୫୩୦ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୩,୮୮୯ ଛୁଇଁଛି। ମୋଟ୍ ୭,୨୫୧ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୪,୫୭୬ ଜଣ ଗୁରୁତର ରହିଥିବା ବେଳେ ୧୭୭,୩୯୦ ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି। ସେହିପରି ସୋମବାର ଆମେରିକାରେ ୫୭୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିଲା।

କରୋନା ଭାଇରସର ମୁକାବିଲା କରିବା ପାଇଁ ବିଶ୍ୱର ୮୦ରୁ ଅଧିକ ଦେଶ ଏବେ ଲକ୍‌ଡାଉନ୍ ରହିଛି। ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ଅର୍ଥନୀତିକୁ ପ୍ରାଥମିକତା ଦେଇ ଲକ୍‌ଡାଉନ୍ ଘୋଷଣା କରି ନାହାନ୍ତି। କେବଳ ଟ୍ରାଭେଲ ଆଡଭାଇଜରି ଜାରି କରିଛନ୍ତି। ମୃତ୍ୟୁ ବରଣ କରିଥିବା ୩,୮୮୯ ଜଣଙ୍କ ମଧ୍ୟରୁ ସର୍ବାଧିକ ନ୍ୟୁୟର୍କର ରହିଛନ୍ତି।
ସୋମବାର ଟ୍ରମ୍ପ ଗଣମାଧ୍ୟମକୁ କହିଥିଲେ, ଆମେରିକାରେ ଏକ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇପାରେ। ଯଦି ଏହି ସଂଖ୍ୟା ଏକ ଲକ୍ଷରେ ସୀମିତ ରୁହେ ତାହେଲେ ସରକାର ବହୁତ ଭଲ କାମ କରିଛନ୍ତି ବୋଲି କୁହାଯାଇପାରିବ।

ଏହା ପୂର୍ବରୁ ଆମେରିକାର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଆଲର୍ଜି ଏବଂ ଇନଫେକସନ ଡିଜିରର ନିର୍ଦ୍ଦେଶକ ଆନଥନି ଫାକି ସିଏନଏନକୁ ସାକ୍ଷାତକାର ଦେଇ କହିଥିଲେ, କରୋନା ପାଇଁ ଆମେରିକାରେ ୨ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ। ୧ ଲକ୍ଷରୁ ୨ ଲକ୍ଷ ମଧ୍ୟରେ ମୃତ୍ୟୁ ସଂଖ୍ୟା ରହିବ ବୋଲି ଏହି ଗବେଷକ କହିଥିଲେ।



from Odisha Reporter https://ift.tt/2R0DOHo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages