ସାଉଥ୍ ଫିଲ୍ମରେ ଡେବ୍ୟୁ କରିବେ ଜ୍ୟାକ୍‌ଲିନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 31, 2020

ସାଉଥ୍ ଫିଲ୍ମରେ ଡେବ୍ୟୁ କରିବେ ଜ୍ୟାକ୍‌ଲିନ୍

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡେଜ୍ ଏବେ ଦକ୍ଷିଣ ମୁହାଁ ହୋଇଛନ୍ତି। ଖୁବଶୀଘ୍ର ସେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ। ସୂଚନା ଅନୁଯାୟୀ, ସାଉଥ୍ ଷ୍ଟାର୍ ପବନ କଲ୍ୟାଣଙ୍କ ସହ ସେ ଏକ ତେଲୁଗୁ ଫିଲ୍ମ ସାଇନ୍ କରିଛନ୍ତି। ଫିଲ୍ମଟି ଆକ୍ସନ୍ ଓ ଆଡଭେଞ୍ଚର୍‌ରେ ଭରପୂର ରହିବ। ପବନ କଲ୍ୟାଣ ଏଥିରେ ରବିନ୍ ହୁଡ୍ ପ୍ରକାରର ଚରିତ୍ରରେ ଅଭିନୟ କରିବେ।

କ୍ରିଶ୍‌ (ରାଧାକୃଷ୍ଣ ଜଗର୍ଲାମୁଣ୍ଡି) ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। ସେ ପୂର୍ବରୁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗବର ଇଜ୍ ବ୍ୟାକ୍’ର ନିର୍ଦ୍ଦେଶନା ଦେଇଛନ୍ତି। ଏହା ବ୍ୟତୀତ ସେ କଙ୍ଗନା ରଣାୱତ୍‌ଙ୍କ ସହ ମିଶି ‘ମଣିକର୍ଣ୍ଣିକା’ ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ।

ପବନ କଲ୍ୟାଣ ଓ ଜ୍ୟାକ୍‌ଲିନ୍‌ଙ୍କ ଏହି ଫିଲ୍ମଟି ତେଲୁଗୁ ବ୍ୟତୀତ ଆହୁରି କିଛି ଭାଷାରେ ମଧ୍ୟ ତିଆରି ହେବ। ଇତିମଧ୍ୟରେ ଜ୍ୟାକ୍‌ଲିନ୍ ତାଙ୍କ ଚରିତ୍ର ଉପରେ କାମ କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ସେ ଅନେକ ଥର ହାଇଦ୍ରାବାଦ ଯାଇ ନିର୍ଦ୍ଦେଶକ ଏବଂ ତାଙ୍କ କୋ-ଷ୍ଟାରଙ୍କୁ ଭେଟି ସାରିଲେଣି। ଜ୍ୟାକ୍‌ଲିନ୍‌ ଏହି ଫିଲ୍ମର ଶୁଟିଂ ପାଇଁ ୪୦ ଦିନ ଦେବାକୁ ସ୍ଥିର କରିଛନ୍ତି। କୁହାଯାଉଛି, ଲକ୍‌ଡାଉନ୍ ସରିବା ପରେ ସେ ଏହାର ଶୁଟିଂ ଆରମ୍ଭ କରିଦେବେ।

View this post on Instagram

@gqindia #restlessfortomorrow

A post shared by Jacqueline Fernandez (@jacquelinef143) on

ଜ୍ୟାକ୍‌ଲିନ୍ ଗତ ବର୍ଷ ବଲିଉଡ୍‌ରେ ୧୦ ବର୍ଷ ପୂରଣ କରିଥିଲେ। ତେଣୁ ସେ ବ୍ରେକ୍ ନେଇ ଛୁଟି କାଟିବାକୁ  ଲସ୍ ଏଞ୍ଜେଲସ୍ ପଳାଇଥିଲେ। ସେଠାରୁ ଫେରିବା ପରେ ପୁଣି ପ୍ରସ୍ତୁତି ଆରମ୍ଭ କରିଥିଲେ। ନିକଟରେ ତାଙ୍କର ଏକ ମ୍ୟୁଜିକ୍ ଭିଡିଓ ମଧ୍ୟ ରିଲିଜ୍ ହୋଇଛି। ଏଥିରେ ତାଙ୍କ ସହିତ ‘ବିଗ୍ ବସ୍ ୧୩’ର ପ୍ରତିଯୋଗୀ ଅସୀମ ରିଆଜ୍ ଅଛନ୍ତି। ଏହା ବ୍ୟତୀତ ବାଦ୍‌ଶାହଙ୍କ ସହ ମଧ୍ୟ ତାଙ୍କର ଏକ ସୁପର୍‌ ହିଟ୍ ଗୀତ ‘ଗେନ୍ଦା ଫୁଲ୍’ ରିଲିଜ୍ ହୋଇଛି। ଗୀତଟି ସୋଶାଲ୍ ମିଡିଆରେ ହଇଚଇ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଆଗକୁ ସେ ଜନ୍ ଅବ୍ରାହମଙ୍କ ଫିଲ୍ମ ‘ଆଟାକ୍’ ଏବଂ ସଲ୍‌ମାନ୍ ଖାନ୍‌ଙ୍କ ‘କିକ୍ ୨’ ରେ ନଜର ଆସିବେ।

View this post on Instagram

#gendaphool OUT NOW!! Link in bio!

A post shared by Jacqueline Fernandez (@jacquelinef143) on



from Odisha Reporter https://ift.tt/39tmnWk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages