ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା ମାମଲା, କୁଲଦୀପ ସେନଗାରଙ୍କୁ ୧୦ ବର୍ଷ ଜେଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 12, 2020

ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା ମାମଲା, କୁଲଦୀପ ସେନଗାରଙ୍କୁ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ: ଉନ୍ନାଓ ପୀଡ଼ିତାଙ୍କ ବାପା ମୃତ୍ୟୁ ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ୧୦ ବର୍ଷ ଜେଲ୍। ସୁପ୍ରିମକୋର୍ଟ ଆଜି ଏହି ସଜା ଶୁଣାଇଛନ୍ତି। ୨୦୧୭ରେ ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା। ତେବେ କୁଲଦୀନ ସିଂହ ସେନଗାର ଏବେ ଉନ୍ନାଓ ଦୁଷ୍କର୍ମ ମାମଲାରେ ତିହାର ଜେଲରେ ଆଜୀବନ ସଜାଦଣ୍ଡାଦେଶ କାଟୁଛନ୍ତି।
ମାର୍ଚ୍ଚ ୪ରେ ସୁପ୍ରିମକୋର୍ଟ କୁଲଦୀପ ସିଂ ସେନଗାରଙ୍କୁ ଏହି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ବିଚାର ବିଭାଗୀୟ ହେପାଜତରେ ଥିବା ବେଳେ ପୀଡ଼ିତାଙ୍କ ବାପାଙ୍କର ଏପ୍ରିଲ ୨୦୧୮ରେ ମୃତ୍ୟୁ ଘଟିଥିଲା। ପୀଡ଼ିତାଙ୍କ ବାପାଙ୍କୁ ମାଡ଼ ମରାଯିବା ସହିତ ଏକ ମାମଲାରେ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ନେଇ ପଚରାଉଚରା କରିବା ବେଳେ
ତାଙ୍କର ମୃତ୍ୟୁ ଘଟିଥିଲା।
ଅପରାଧିକ ଷଡ଼ଯନ୍ତ୍ର (୧୨୦ ବି) ଅନୁଯାୟୀ କୁଲଦୀପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। କୁଲଦୀପଙ୍କର ହତ୍ୟା କରିବାର ଉଦ୍ଦେଶ୍ୟ ନଥିଲା। ହେଲେ ପୀଡିତାଙ୍କ ବାପାଙ୍କୁ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ କନଷ୍ଟେବଳ ଅମୀର ଖାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ କୋର୍ଟ।
ଦୋଷୀ ସାବ୍ୟସ୍ତ କରିବା ବେଳେ ବିଚାରପତି ଉନ୍ନାଓ ପୀଡ଼ିତାଙ୍କୁ ପ୍ରଂଶସା କରିଥିଲେ। କୁଲଦୀପ ସେନଗାର ଜଣେ କ୍ଷମତାଶୀଳ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ବିରୋଧରେ ପୀଡ଼ିତା ସ୍ୱର ଉଠାଇ ନ୍ୟାୟ ପାଇଁ ଲଢ଼ୁଥିବାରୁ ସୁପ୍ରିମକୋର୍ଟର ବିଚାରପତି ପ୍ରଶଂସା କରିଥିଲେ। ଏଥିସହ ଦୁଷ୍କର୍ମ ଅଭିଯୋଗ ଆସିବା ପରେ କୁଲଦୀପ ସେନଗାର ପୀଡ଼ିତାଙ୍କ ବାପାଙ୍କ ନାମରେ ମିଛ ମାମଲା ରୁଜୁ କରି ତାଙ୍କୁ ଜେଲରେ ରଖିଦେଇଥିଲେ ବୋଲି କୋର୍ଟ କହିଥିଲେ। ସେତେବେଳେ କୁଲଦୀପ ରାଜ୍ୟର ଶାସକ ଦଳ ବିଜେପିର ବିଧାୟକ ଥିଲେ। ପୀଡ଼ିତା ଥାନାରେ ଏତଲା ଦେବା ପରେ ମଧ୍ୟ ଏହି ପୂର୍ବତନ ବାହୁବଳୀ ବିଧାୟକଙ୍କୁ ପୁଲିସ ଗିରଫ କରିନଥିଲା।
ହେଲେ କୋର୍ଟ ମାମଲାରେ ହସ୍ତକ୍ଷେପ କରି ଯୋଗୀ ସରକାରକୁ ତାଗିଦ୍ କରିବା ପରେ ଗିରଫ ହୋଇଥିଲେ କୁଲଦୀପ। ଏହାପରେ ବିଜେପି ତାଙ୍କୁ ଅଗଷ୍ଟ ୨୦୧୯ରେ ଦଳରୁ ବହିଷ୍କୃତ କରିଥିଲା। ଦୁଷ୍କର୍ମ ଓ ପୀଡ଼ିତାଙ୍କ ବାପାଙ୍କ ମାମଲାର ତଦନ୍ତ କରୁଥିବା ସିବିଆଇ ଏହି ମାମଲାରେ ଚାର୍ଡସିଟ୍ ଦାଖଲରେ ବିଳମ୍ୱ କରିଥିବାରୁ କୋର୍ଟ ମଧ୍ୟ ସିବିଆଇକୁ କଡ଼ା ସମାଲୋଚନା କରିଥିଲେ।

 



from Odisha Reporter https://ift.tt/33c4mKL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages