ନୂଆଦିଲ୍ଲୀ: କ୍ରିକେଟକୁ ମହାମାରୀ କରୋନା ଭୟ। ଷ୍ଟାଡିୟମ ଭିତରକୁ ଦର୍ଶକଙ୍କ ନୋ ଏଣ୍ଟ୍ରି । ଘରେ ବସି ମ୍ୟାଚର ସିଧାପ୍ରସାରଣ ଦେଖିପାରିବେ ଦର୍ଶକ। ଦେଶରେ କରୋନା ଆତଙ୍କ ପରେ BCCI ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ବିନା ଦର୍ଶକରେ ଖେଳାଯିବ ଦକ୍ଷିଣ ଆଫ୍ରିକା-ଭାରତ ଦିନିକିଆ ମ୍ୟାଚ୍। ସିରିଜର ଅବଶିଷ୍ଟ ମ୍ୟାଚ ଗତକାଲି ପ୍ରଥମ ଦିନର ମ୍ୟାଚ ଧର୍ମଶାଳାରେ ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ୍ ବାତିଲ୍ ହୋଇଥିଲା । ଆଉ ଏହା ପରେ ୩ ଟିକିଆ ସିରିଜ୍ର ଅବଶିଷ୍ଟ ୨ଟି ମ୍ୟାଚ୍ ବିନା ଦର୍ଶକରେ ହେବ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ତେବେ ପୂର୍ବରୁ ଟିକେଟ୍ କିଣି ସାରିଥିବା ଦର୍ଶକ ଟଙ୍କା ଫେରିପାଇବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ବିସିସିଆଇ ପକ୍ଷରୁ ଏହା ବି କୁହାଯାଇଛି ଯେ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ସହ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ସହ ଆଲୋଚନା ପରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ COVID-19 କୁ ମହାମାରୀ ଘୋଷଣା କରାଯିବା ପରେ ଭାରତ ସରକାରଙ୍କ ଗାଇଡଲାଇନକୁ ମାନିବା ସହ ଆଥଲେଟ୍ ମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବିସିସିଆଇ ଏଭଳି ପ୍ରୟାସ କରିଥିବା କହିଛି। ସେହିପରି ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ନ କରିବାକୁ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପରାମର୍ଶ ଦେଇଛି ।
from Odisha Reporter https://ift.tt/38OqLPn
No comments:
Post a Comment