ଖାନ୍‌ନଗରକୁ ଉଠିବ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 9, 2020

ଖାନ୍‌ନଗରକୁ ଉଠିବ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ

କଟକ (ଓଡ଼ିଶା ରିପୋର୍ଟର): ଖାନ୍‌ନଗର ନିକଟକୁ ଘୁଞ୍ଚିବ କଟକ ବାଦାମବାଡ଼ି ବସଷ୍ଟାଣ୍ଡ। ବିଶ୍ୱନାଥ ପାଠାଗାର ନିକଟସ୍ଥ ୩୦ ଏକର ଜମିକୁ ଏହି ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତର କରାଯିବ। ‌ଆଜି ସକାଳେ ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନଙ୍କ କଟକ ଗସ୍ତ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ।

ସେ ଆହୁରି କହିଛନ୍ତି ଯେ ଅନୁଗୋଳ-ପୁରୀ ବସ୍‌ଷ୍ଟାଣ୍ଡକୁ ନବୀକରଣ କରାଯାଇ ‌ଆଗାମୀ ଦିନରେ ବ୍ୟବସ୍ଥିତ କରାଯିବ। ସେଠାରେ ଖାଲି ପଡ଼ିଥିବା ଜମିକୁ ସଂପ୍ରସାରଣ କରାଯିବ। ଏହାଛଡ଼ା ଗୋପାଳପୁରରେ ବସ୍ ପାର୍କିଂ ପାଇଁ ଉନ୍ନତ ବ୍ୟବସ୍ଥା କରାଯିବ।

ଆଜି ସକାଳେ କଟକରେ ପହଞ୍ଚି ଉନ୍ନୟନମୂଳକ କାମର ଅନୁଧ୍ୟାନ କରିଥିଲେ ଫାଇଭ୍-ଟି ସଚିବ ଭି. କେ.ପାଣ୍ଡିଆନ୍। ପ୍ରଥମେ ସେ ବାଦାମବାଡ଼ିରେ ପହଞ୍ଚି ବସଷ୍ଟାଣ୍ଡ ବୁଲି ଦେଖିଥିଲେ। ଏହାପରେ ଅନୁଗୋଳ ବସଷ୍ଟାଣ୍ଡ ଓ ସେସୁ କଲୋନି ବୁଲିଥିଲେ। ପରେ ରାଣୀହାଟ ଆସି ହିନ୍ଦ୍ ସିନେମା ରୋଡ୍‌ ଓ ତାଳଦଣ୍ଡା କେନାଲ ରୋଡ୍‌ରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟର ତଦାରଖ କରିଥିଲେ।

ପାଣ୍ଡିଆନଙ୍କ ସହିତ କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ, ଜିଲ୍ଲାପାଳ ଭବାନୀ ଚୟନୀ, କଟକ-ଭୁବନେଶ୍ୱର ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ କଟକ ଡିସିପି ଅଖିଳେଶ୍ୱର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter https://ift.tt/2Q32L4r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages