ରକ୍ତଚାପ ନିୟନ୍ତ୍ରଣ କରେ ପଣସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 9, 2020

ରକ୍ତଚାପ ନିୟନ୍ତ୍ରଣ କରେ ପଣସ

ଭୁବନେଶ୍ୱର: ଭାରତରେ ପଣସ ଏକ ଲୋକପ୍ରିୟ ଫଳ। ଏହାର ସ୍ୱାଦ ଖୁବ୍ ବଢ଼ିଆ। ଏହାକୁ ଯେ କେବଳ ପାଚିଲେ ଖିଆ ଯାଏ, ତା’ ନୁହେଁ। ଅନେକ କଞ୍ଚା ପଣସକୁ ତରକାରି କରି ମଧ୍ୟ ଖା’ନ୍ତି। ଆଉ ଏହା ବେଶ୍ ସ୍ୱାଦିଷ୍ଟ ଲାଗେ। ଏହା ଶରୀର ପାଇଁ ମଧ୍ୟ ଭଲ ହୋଇଥାଏ। ପଣସରେ ଭିଟାମିନ୍‌ ଓ କ୍ୟାଲସିୟମ୍‌ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତା’ହେଲେ ଆସନ୍ତୁ ଜାଣିବା ପଣସ ଖାଇଲେ ଶରୀରକୁ କେଉଁ ସବୁ ଲାଭ ମିଳିଥାଏ।

୧. ପଣସରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଇମ୍ୟୁନୋ ସିଷ୍ଟମକୁ ମଜବୁତ୍‌ କରିଥାଏ। ତେଣୁ ଶରୀରରେ ରୋଗ ଓ ସଂକ୍ରମଣ କମ୍‌ ହୋଇଥାଏ।

୨. ଏଥିରେ ମ୍ୟାଗ୍ନେସିୟମ୍‌ ଓ କ୍ୟାଲସିୟମ୍‌ ପରି ଖଣିଜ ପଦାର୍ଥ ରହିଛି, ଯାହା ହାଡ଼ ଓ ମାଂସପେଶୀକୁ ଶକ୍ତ କରିଥାଏ।

୩. ଏଥିରେ ପୋଟାସିୟମ ମାତ୍ରା ଅଧିକ ଥାଏ, ଯାହା ବ୍ଲଡ୍‌ ପ୍ରେସରକୁ ନିୟନ୍ତ୍ରଣ କରିଥାଏ ଏବଂ ହାର୍ଟକୁ ସୁସ୍ଥ ରଖିଥାଏ।

୪. ଏଥିରେ ଥିବା ଫାଇବର୍‌ ଓଜନ କମ୍‌ କରିଥାଏ। କମ୍‌ କ୍ୟାଲୋରୀ ଓ କାର୍ବ ଥିବା ଯୋଗୁ ଏହା ଓଜନ କମ୍ କରିବାରେ ସାହାଯ୍ୟ କରେ।

୫. ପଣସରେ ଥିବା ଭିଟାମିନ୍ ଏ ଓ ସି ଆଖିକୁ ସୁସ୍ଥ ରଖିଥାଏ। ତେଣୁ ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ।

 



from Odisha Reporter https://ift.tt/2vVNyey

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages