ମୁମ୍ୱାଇ : କରୋନା ଭାଇରସ୍ ବା କୋଭିଡ୍-୧୯ର ପ୍ରଭାବ ବଲିଉଡ୍ରେ ମଧ୍ୟ ଦେଖିବାକୁ ମିଳିଛି। ଏହି ମହାମାରୀ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ଭାରତ ସରକାରଙ୍କ ସହିତ ବଲିଉଡ୍ ସେଲେବ୍ରିଟି ମଧ୍ୟ ହାତ ମିଳାଇଛନ୍ତି।
ବାହାରକୁ ଶୁଟିଂରେ ନଯାଇ ସୋଶାଲ ମିଡିଆ ଜରିଆରେ ସେଲେବ୍ରିଟିମାନେ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଥିବା ଦେଖିବାକୁ ମିଳୁଛି। କରୋନା ଭୟରେ ଲଣ୍ଡନରେ ଥିବା ସୋନମ୍ କପୁର ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହିତ ଭାରତ ଫେରି ଆସିଛନ୍ତି।
ସୋଶାଲ ମିଡିଆରେ ମାସ୍କ ପିନ୍ଧି ଏକ ଫଟୋ ଓ ଭିଡିଓ ଶେଆର୍ କରି ସେ କହିଛନ୍ତି, ‘ସ୍ୱାମୀଙ୍କ ସହିତ ମୁଁ ଲଣ୍ଡନରୁ ଭାରତ ଫେରିଆସିଛି। ଏପରି ପରିସ୍ଥିତିରେ ମୁଁ ଘରକୁ ନଆସି ରହିପାରିଲି ନାହିଁ। ସମସ୍ତଙ୍କୁ ମୋର ଭଲ ପାଇବା ଜଣାଉଛି।’
ସେହିପରି ଅନ୍ୟ ଏକ ଫଟୋରେ ସୋନମ୍ ସ୍ୱାମୀଙ୍କ ସହିତ ପ୍ଲେନ୍ରେ ବସିଥିବା ଦେଖାଯାଇଛି।
ଲଣ୍ଡନରୁ ଫେରିବା ପରେ ସୋନମ୍ ଓ ତାଙ୍କ ସ୍ୱାମୀଙ୍କର ଏୟାରପୋର୍ଟ ଅଥରିଟିଙ୍କ ପକ୍ଷରୁ କରୋନା ଭାଇଇସ୍ ନେଇ ସମସ୍ତ ପ୍ରକାର ପରୀକ୍ଷା କରିଥିଲେ। ଦୁହିଁଙ୍କଠାରୁ କରୋନା ସମ୍ପର୍କିତ କୌଣସି ଲକ୍ଷଣ ମିଳିନଥିଲା।
ସୂଚନାଯୋଗ୍ୟ, ଭାରତରେ କରୋନା ଭାଇରସ୍ର ପ୍ରଭାବ ଯୋଗୁଁ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆନ୍ ସିନେ ଏମ୍ପ୍ଲୋଇଜ୍ (FWICE) ଏବଂ ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଡିରେକ୍ଟର ଆସୋସିଏସନ୍ (IFTDA) ପକ୍ଷରୁ ମାର୍ଚ୍ଚ ୧୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କୌଣଲି ଫିଲ୍ମ, ଟିଭି ଶୋ’ ଓ ୱେବ ସିରିଜ୍ ଶୁଟିଂ ହେବ ନାହିଁ ବୋଲି ଗାଇଡ୍ ଲାଇନ୍ ଜାରି କରାଯାଇଛି।
ଶେଷଥର ପାଇଁ ସୋନମ୍ କପୁରଙ୍କୁ ‘ଜୋୟା ଫ୍ୟାକ୍ଟର’ ଫିଲ୍ମରେ ଦେଖିବାକୁ ମିଳିଥିଲା।
from Odisha Reporter https://ift.tt/2x1OzlN
No comments:
Post a Comment