କରୋନା ଯୋଗୁ ଘୁଞ୍ଚିଲା ବରୁଣ ଓ ରିଚାଙ୍କ ବାହାଘର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 18, 2020

କରୋନା ଯୋଗୁ ଘୁଞ୍ଚିଲା ବରୁଣ ଓ ରିଚାଙ୍କ ବାହାଘର

ମୁମ୍ବାଇ: ଅନ୍ୟାନ୍ୟ କ୍ଷେତ୍ର ଭଳି କରୋନା ଯୋଗୁ ବଲିଉଡ୍ ଇଣ୍ଡଷ୍ଟ୍ରୀ ମଧ୍ୟ ପ୍ରଭାବିତ ହୋଇଛି। ଅନେକ ରାଜ୍ୟରେ ଫିଲ୍ମ ହଲ୍‌ଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଅନେକ ଫିଲ୍ମର ରିଲିଜ୍ ସ୍ଥଗିତ କରି ଦିଆଯାଇଛି। ସେହିଭଳି ଅନେକ ଫିଲ୍ମର ଶୁଟିଂ ବନ୍ଦ କରି ଦିଆଯାଇଛି। ତେବେ କେବଳ ବୃତ୍ତିଗତ ନୁହେଁ, ବ୍ୟକ୍ତିଗତ ଜୀବନରେ ମଧ୍ୟ କିଛି କଳାକାର ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବରୁଣ ଧାୱନ, ରିଚା ଚଢ଼ା ଓ ଅଲୀ ଫଜଲ। କରୋନା ଯୋଗୁ ଏହି ସବୁ କଳାକାରଙ୍କୁ ସେମାନଙ୍କ ବାହାଘର ଘୁଞ୍ଚାଇବାକୁ ପଡ଼ିଛି।

ବରୁଣ ବାହା ହେବେ ନତାଶା ଦଲାଲଙ୍କୁ। ଏ ଦୁଇ ଜଣ ପ୍ରଥମେ ଥାଇଲ୍ୟାଣ୍ଡରେ ବାହା ହେବେ ବୋଲି ସ୍ଥିର କରିଥିଲେ। ପରେ ଏହାକୁ ରାଜସ୍ଥାନର ଯୋଧପୁରରେ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଉଭୟଙ୍କ ପରିବାର ଲୋକେ ଏହାକୁ ଅତ୍ୟନ୍ତ ନିରାଡ଼ମ୍ବର ଭାବେ ମୁମ୍ବାଇରେ କରିବାକୁ ସ୍ଥିର କରିଥିଲେ। କିନ୍ତୁ ସଦ୍ୟ ସୂଚନା ଅନୁଯାୟୀ, କୋରନା ଯୋଗୁ ସେମାନଙ୍କ ବାହାଘରକୁ ଘୁଞ୍ଚାଇ ଦିଆଯାଇଛି। ନଭେମ୍ବର ମାସରେ ସେମାନଙ୍କ ବାହାଘର ହେବ। ଯଦି ସବୁ ଠିକ୍‌ଠାକ୍‌ ରହେ, ତା’ହେଲେ ଥାଇଲ୍ୟାଣ୍ଡରେ ହିଁ ସେମାନଙ୍କ ବାହାଘର ହେବ।

ରିଚା ଚଢ଼ା ଓ ଅଲୀ ଫଜଲ ଏପ୍ରିଲ୍ ମାସରେ ବାହା ହେବାକୁ ସ୍ଥିର କରିଥିଲେ। ଅବଶ୍ୟ ସେମାନେ ଏ ନେଇ କିଛି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରି ନଥିଲେ। ତେବେ ମିଳିଥିବା ସୂଚନା ଅନୁଯାୟୀ କୋରନା ଯୋଗୁ ଦୁହେଁ ବାହାଘରକୁ ଘୁଞ୍ଚାଇ ଦେଇଛନ୍ତି। ସେମାନଙ୍କ ବାହାଘରରେ ଆମେରିକା ଓ ଲଣ୍ଡନରୁ କିଛି ବନ୍ଧୁ ଯୋଗ ଦେବେ। ବର୍ତ୍ତମାନ ପରିସ୍ଥିତିରେ ଏହା ଆଦୌ ସମ୍ଭବପର ନଥିବାରୁ ସେମାନେ ବାହାଘରକୁ ଘୁଞ୍ଚାଇ ଦେଇଛନ୍ତି। କିନ୍ତୁ ନିର୍ଦ୍ଦିଷ୍ଟ କେଉଁ ମାସରେ ବାହା ହେବେ, ସେ ନେଇ କିଛି ସୂଚନା ଦେଇ ନାହାନ୍ତି।



from Odisha Reporter https://ift.tt/39VOMFw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages