ସମ୍ବଲପୁର(ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ୧ରୁ ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବାସହ ଧରପଗଡ଼ ଜୋରଦାର ହୋଇଛି। ଯେଉଁମାନେ ନିୟମ ଭାଙ୍ଗୁଛନ୍ତି ସେମାନଙ୍କ ନିକଟରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି।
ଗତକାଲି ସମ୍ବଲପୁରରେ ଦୁଇ ଜଣ ନାବାଳକ ଟ୍ରାଫିକ୍ ନିୟମ ଭାଙ୍ଗି ଥିବାବେଳେ, ସେମାନଙ୍କର ବାପାମାନଙ୍କୁ ଗଣିବାକୁ ପଡ଼ିଛି ମୋଟା ଅଙ୍କର ଜରିମାନା। ମୋଟ ୮୦ ହଜାର ଟଙ୍କାର ଫାଇନ୍ କଟିଛି ଦୁଇ ବ୍ୟକ୍ତିଙ୍କ ନାଁରେ।
ଗତକାଲି ସନ୍ଧ୍ୟାରେ ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଲାଉଥିବା ବେଳେ ଜଣେ ନାବାଳକଙ୍କୁ ପୁଲିସ୍ ଅଟକାଇଥିଲା। ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସମ୍ପୃକ୍ତ ନାବାଳକଙ୍କ ବାପାଙ୍କ ନାଁରେ ୩୭ ହଜାର ଟଙ୍କାର ଫାଇନ୍ କାଟିଥିଲେ ବିଭାଗୀୟ ଅଧିକାରୀ। ଟାଉନ୍ ପୁଲିସ୍ ଷ୍ଟେସନ ନିକଟରେ ଗାଡି ଯାଞ୍ଚ ବେଳେ ନାବାଳକ ଜଣକ ଧରା ପଡ଼ିଥିଲେ।
ନାବାଳକ ହୋଇ ବାଇକ୍ ଚଲାଉଥିବାରୁ ୨୫ ହଜାର ଟଙ୍କା, ବିପଦପୂର୍ଣ୍ଣ ଭାବେ ଡ୍ରାଇଭିଂ କରୁଥିବାରୁ ୫ ହଜାର ଟଙ୍କା, ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ୫ ହଜାର ଟଙ୍କା, ବିନା ହେଲମେଟ୍ ପାଇଁ ହଜାରେ, ତିନି ଜଣ ବସାଇଥିବାରୁ ହଜାରେ ଟଙ୍କା ଫାଇନ୍ କଟିଛି। ଏହିପରି ଭାବେ ସମୁଦାୟ ୩୭ ହଜାର ଟଙ୍କାର ଫାଇନ୍ କଟିଛି।
ସେହିପରି ଗତକାଲି ସକାଳେ ବି ଜଣେ ନାବାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିଲେ। ସମ୍ପୃକ୍ତ ନାବାଳକଙ୍କ ବାପାଙ୍କ ନାଁରେ ୪୩ ହଜାର ଟଙ୍କାର ଫାଇନ୍ କଟିଥିଲା।
from Odisha Reporter https://ift.tt/2PIZZkR
No comments:
Post a Comment