ହଲିଉଡ୍‌ରେ ରଣଦୀପ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 2, 2020

ହଲିଉଡ୍‌ରେ ରଣଦୀପ୍

ମୁମ୍ବାଇ: ଅଭିନେତା ରଣଦୀପ ହୁଡ଼ା ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି। ସବୁ ଫିଲ୍ମରେ ତାଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଚରିତ୍ରରେ ଦେଖିବାକୁ ମିଳେ। ବଲିଉଡ୍‌ରେ ପ୍ରାୟ ଦୁଇ ଦଶନ୍ଧି ବିତାଇବା ପରେ ସେ ଏବେ ହଲିଉଡ୍‌ରେ ପାଦ ଥାପିଛନ୍ତି।

ସୂଚନା ଅନୁଯାୟୀ, ରଣଦୀପ ହଲିଉଡ୍‌ର ଲୋକପ୍ରିୟ ଅଭିନେତା କ୍ରିସ୍‌ ହେମ୍ସୱର୍ଥଙ୍କ ଫିଲ୍ମ ‘ଏକ୍ସଷ୍ଟ୍ରାକ୍ସନ’ରେ ନଜର ଆସିବେ। ଏହି ଫିଲ୍ମଟିକୁ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ କରାଯିବ। ଏହା ଭିତରେ ଫିଲ୍ମରୁ ରଣଦୀପଙ୍କ ଲୁକ୍‌ ବି ସାମ୍ନାକୁ ଆସିଯାଇଛି। ତାଙ୍କର ଏହି ଫାଷ୍ଟଲୁକ୍‌ର ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି। ରଣଦୀପ ଏହି ଫଟୋରେ ଲମ୍ବା କେଶ ରଖିଛନ୍ତି ଓ ହାତରେ ବନ୍ଧୁକ ଧରିଛନ୍ତି। ଫିଲ୍ମରେ ସେ ମିଲିଟାରୀ ଅଫିସର୍‌ ଭୂମିକାରେ ଅଭିନୟ କରିଛନ୍ତି।

ନିଜ ରୋଲ୍‌କୁ ନେଇ ରଣଦୀପ ବେଶ୍ ଖୁସି ଅଛନ୍ତି। ସେ କହିଛନ୍ତି ଯେ ଏହି ଫିଲ୍ମରେ ତାଙ୍କର ବହୁତ ଗୁଡ଼ାଏ ଆକ୍ସନ ସିନ୍‌ ରହିଛି। ସେ ପ୍ରଥମ ବଲିଉଡ୍‌ ଅଭିନେତା ଯାହାଙ୍କୁ ହଲିଉଡ ଫିଲ୍ମରେ ଏତେ ଆକ୍ସନ୍‌ ସିନ୍‌ କରିବାର ସୁଯୋଗ ମିଳିଛି। ଏହି ରୋଲ୍‌ ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି। ପ୍ରାୟ ୧୦ ଦିନ ଧରି ଦିନକୁ ୨ ଥର ଲେଖାଏ ସେ ଷ୍ଟଣ୍ଟ ଗୁଡ଼ିକର ଅଭ୍ୟାସ କରିଥିଲେ।

ଫିଲ୍ମ ‘ଏକ୍ସଷ୍ଟ୍ରାକ୍ସନ୍’ରେ କ୍ରିସ୍‌ ହେମ୍ସୱର୍ଥ ଲିଡ୍‌ ରୋଲ୍‌ରେ ଅଭିନୟ କରିବା ସହ ଏହାର ପ୍ରଯୋଜନା ମଧ୍ୟ କରିଛନ୍ତି। ଫିଲ୍ମର କାହାଣୀ ଜୋଏ ରୁଷୋ ଲେଖିଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ସାମ୍‌ ହରଗ୍ରେଭ। ଫିଲ୍ମଟି ଚଳିତ ବର୍ଷ ଏପ୍ରିଲ୍‌ ୨୪ରେ ନେଟଫ୍ଲିକ୍ସରେ ରିଲିଜ୍ ହେବ।



from Odisha Reporter https://ift.tt/38jNh2l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages