ଲଞ୍ଚ୍ ହେଲା ସାମସଙ୍ଗର ନୂଆ ଚାରି କ୍ୟାମେରା ଯୁକ୍ତ ସ୍ମାର୍ଟଫୋନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 9, 2020

ଲଞ୍ଚ୍ ହେଲା ସାମସଙ୍ଗର ନୂଆ ଚାରି କ୍ୟାମେରା ଯୁକ୍ତ ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ସାମ୍‌ସଙ୍ଗ୍ ଏକ ନୂଆ ମିଡ୍ ରେଞ୍ଜ୍ ସ୍ମାର୍ଟଫୋନ୍ Galaxy A21 ଲଞ୍ଚ୍ କରିଛି। କମ୍ପାନୀ ଏହି ଫୋନ୍‌କୁ କେବଳ 3GB ରାମ୍ ଓ 32GB ଷ୍ଟୋରେଜ୍ ସହ ଗୋଟିଏ ଭ୍ୟାରିୟାଣ୍ଟରେ ଲଞ୍ଚ୍ କରିଛି। ସେହିଭଳି ଫୋନଟି କେବଳ ବ୍ଲାକ୍ କଲର୍ ଅପସନ୍‌ରେ ଉପଲବ୍ଧ। ଏହି ସ୍ମାର୍ଟଫୋନର ବିଶେଷତ୍ତ୍ୱ ହେଉଛି ଏହାର କ୍ୱାଡ୍ କ୍ୟାମେରା।  ବର୍ତ୍ତମାନ ଏହା କେବଳ ଆମେରିକାରେ ଲଞ୍ଚ୍ ହୋଇଛି। ସେଠାରେ ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ 18,900 ଟଙ୍କା ରହିଛି। ତେବେ ଭାରତରେ ଏହା କେବେ ଲଞ୍ଚ୍ ହେବ ସେ ନେଇ କମ୍ପାନୀ କିଛି କହି ନାହିଁ।

ଫିଚର୍: Samsung Galaxy A21ରେ 6.5-ଇଞ୍ଚ HD + ଇନଫିନିଟି O ଡିସପ୍ଲେ ଦିଆଯାଇଛି। ଯଦିଓ ଏହାର ଡିସପ୍ଲେ ୱେଜଲଲେସ୍ ନୁହେଁ, ତଥାପି ଏହାର ୱେଜଲ୍ ଗୁଡ଼ିକ ବେଶ୍ ପତଳା। ପ୍ରୋସେସର୍ କଥା କହିଲେ ଏଥିରେ ମିଡିଆ ଟେକ୍ ହେଲିଓ P35 ପ୍ରୋସେସର ଦିଆଯାଇଛି। ଏଥିରେ 4,000mAh ବ୍ୟାଟେରୀ ରହିଛି।

ଫଟୋଗ୍ରାଫି ପାଇଁ ଏଥିରେ 16 MP+ 8 MP+ 2 MP+ 2 MP ଯୁକ୍ତ ଚାରିଟି ରିୟର୍ କ୍ୟାମେରା ଦିଆଯାଇଛି। ସେଲ୍ଫି ପାଇଁ ଏଥିରେ 13 MP ଯୁକ୍ତ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।

ଏଥିସହିତ Galaxy A21ର ପଛରେ ଫିଙ୍ଗର ପ୍ରିଣ୍ଟ ସ୍କାନର ଦିଆଯାଇଛି।  ଏହି ଫୋନରେ 15W ଫାଷ୍ଟ ଚାର୍ଜିଂସପୋର୍ଟ ସହ 4,000mAhର ବ୍ୟାଟେରୀ ଦିଆଯାଇଛି।

 

 



from Odisha Reporter https://ift.tt/2XoSpAr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages