ଆମେରିକା ପରେ ଇସ୍ରାଏଲକୁ HCQ ଦେଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 9, 2020

ଆମେରିକା ପରେ ଇସ୍ରାଏଲକୁ HCQ ଦେଲା ଭାରତ

ନୂଆଦିଲ୍ଲୀ: ଆମେରିକା ପରେ ଇସ୍ରାଏଲକୁ ଭାରତ ପଠାଇଛି ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ)। ଗୁରୁବାର ଭାରତ ଇସ୍ରାଏଲକୁ ୫ ଟନ HCQ ପଠାଇଛି। ଇସ୍ରାଏଲରେ ଏହି ମାଲେରିଆ ଔଷଧ ପହଞ୍ଚିବା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ଇସ୍ରାଏଲବାସୀ ତାଙ୍କୁ ଧନ୍ୟବାଦ ଦେଉଛି ବୋଲି ସେ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି। ଇସ୍ରାଏଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ ରହିଥିବାବେଳେ ୮୭ ଜଣଙ୍କର ଏଯାବତ ମୃତ୍ୟୁ ଘଟିଛି।

ମାର୍ଚ୍ଚ ୧୩ରେ କରୋନା ମୁକାବିଲା ପାଇଁ ମାସ୍କ ଏବଂ ଅନ୍ୟାନ୍ୟ ଉପକରଣ ପଠାଇବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତକୁ ନିବେଦନ କରିଥିଲେ। ଏହାରି ଭିତରେ ଇସ୍ରାଏଲରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ପରେ ଏପ୍ରିଲ ୩ରେ ମୋଦିଙ୍କୁ ଫୋନ୍ ଯୋଗେ HCQ ପଠାଇବାକୁ ବେଞ୍ଜାମିନ୍ ଅନୁରୋଧ କରିଥିଲେ। ଏହାପରେ ଭାରତ ଏହି ଔଷଧ ପଠାଇଛି।

ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଯାବତ ଏହି ଭାଇରସକୁ ରୋକିବା ପାଇଁ କୌଣସି ଔଷଧ ବା ଟିକା ବାହାରିନାହିଁ। ହେଲେ ଭାରତରେ ତିଆରି ହେଉଥିବା ମାଲେରିଆ ନିରାକରଣ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବାର ଏକ ଉପାୟ ବାହାରିଛି। କିଛି ମାତ୍ରାରେ ଏହି ଔଷଧ ବ୍ୟବହାର କରି ବିଭିନ୍ନ ଦେଶର ଡାକ୍ତରମାନେ ସଫଳ ହୋଇଛନ୍ତି। HCQ କରୋନା ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକ ଦେଖି ନିକଟରେ ଭାରତ ଏହି ଔଷଧର ରପ୍ତାନୀ ଉପରେ ରୋକ୍ ଲଗାଇଥିଲା। ହେଲେ ଆମେରିକା ଓ ଅନ୍ୟାନ୍ୟ ଦେଶ ଏହି ଔଷଧ ଭାରତକୁ ମାଗିବାପରେ ମାନବିକତା ଆଧାରରେ ଏହି ଔଷଧ ପଠାଇବା ପାଇଁ କିଛି ସର୍ତ୍ତ ଆଧାରରେ ଭାରତ ରପ୍ତାନୀ ଉପରେ ପ୍ରତିବନ୍ଧକ ଉଠାଇଛି।

ନିକଟରେ ଆମେରିକାକୁ ଭାରତ HCQ ପଠାଇଛି। ଆମେରିକାରରେ କରୋନା ବେକାବୁ ହୋଇଛି। ଏଭଳି ସ୍ଥିତିରେ ଭାରତ ଔଷଧ ପଠାଇଥିବାରୁ ଆମେରିକା ରାଷ୍ଟ୍ରପତି ଟୁଇଟ୍ କରି ଭାରତୀୟଙ୍କୁ ଧନ୍ୟବାଦ ଦେବା ସହିତ ମୋଦିଙ୍କର ପ୍ରଶଂସା କରିଥିଲେ।



from Odisha Reporter https://ift.tt/39Rlp6w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages