ନ୍ୟୁୟର୍କ: କରୋନା ଭାଇରସର ଦୌରାତ୍ମ ପାଇଁ ଆମେରିକା ଏବେ ଜଟିଳ ସ୍ଥିତିରେ। ୨୪ ଘଣ୍ଟାରେ ଆମେରିକାରେ ୧,୪୮୦ ଜଣଙ୍କର ମୃତ୍ୟୁ ହୋଇଛି। ଏହାର ଗୋଟିଏ ଦିନ ପୂର୍ବରୁ ଆମେରିକାରେ ଗୋଟିଏ ଦିନରେ ୧,୧୬୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ଏହାରି ଭିତରେ ବୈଜ୍ଞାନିକମାନେ ଏକ ଭେକସିନ୍ ପ୍ରସ୍ତୁତ କରିଛନ୍ତି। ଯାହାକି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ। ଏହି ଭେକସିନକୁ ଏକ ମୂଷା ଶରୀରରେ ପ୍ରୟୋଗ କରି ସଫଳ ହୋଇଛନ୍ତି ବୈଜ୍ଞାନିକମାନେ। ଏବେ ମଣିଷଙ୍କ ଶରୀରରେ ଏହି ଭେକସିନ ପ୍ରୟୋଗ କରାଯିବ ବୋଲି ଜଣାପଡ଼ିଛି।
ଗୁରୁବାର ଆମେରିକାର ବୈଜ୍ଞାନିକମାନେ ଏହି ଭେକସିନ ତିଆରି କରିଛନ୍ତି। ଏହା ଏକ ପ୍ରୋଟୋଟାଇପ ଭେକସିନ୍। ଏହି ଭେକସିନର ନାମ ପିଟାକୋଭାକ ରହିଛି। ପିଟବର୍ଗ ସ୍କୁଲ୍ ଅଫ୍ ମେଡିସିନ ବିଶ୍ୱବିଦ୍ୟାଳୟର ଗବେଷକ ମାନେ ଦୁଇ ସପ୍ତାହରେ ଏହାକୁ ପ୍ରସ୍ତୁତ କରିଛନ୍ତି।
ଗବେଷକମାନେ କହିଛନ୍ତି, ଜୀବଜନ୍ତୁଙ୍କ ଉପରେ ଦୀର୍ଘ ସମୟ ଧରି ତଦାରଖ କରାଯାଇପାରିବ ନାହିଁ, ତେବେ ସେମାନଙ୍କ ଶରୀରରେ ଭେକସିନ୍ ପ୍ରୟୋଗ କରିବାର କେତେ ସମୟ ପରେ ଏହି ଭେକସିନ କାର୍ଯ୍ୟ କରିବ ତାହା କହିବା ଏବେ ଠିକ୍ ହେବନି। ତେବେ ଆସନ୍ତା କିଛି ମାସ ମଧ୍ୟରେ ଏହା ମଣିଷ ଉପରେ ବ୍ୟବହାର କରାଯାଇପାରିବ ବୋଲି ଗବେଷକମାନେ କହିଛନ୍ତି।
ଅନ୍ୟପକ୍ଷରେ, ଆମେରିକାର ଡାକ୍ତରମାନେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ରକ୍ତରେ ଥିବା ପ୍ଲାଜମାକୁ ନୀରିକ୍ଷଣ କରି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ଏହି ପଦ୍ଧତି ୧୦୦ ବର୍ଷ ପୁରୁଣା। ୧୯୦୬ ମସିହାରେ ସ୍ୱାଇନ୍ ଫ୍ଲୁ ସମୟରେ ସୁସ୍ଥ ହୋଇଥିବା ରୋଗୀର ରକ୍ତରେ ଥିବା ପ୍ଲାଜମା ଜରିଆରେ ଚିକିତ୍ସିତ ହେଉଥିଲେ।
ଜନ ହାଫିକିନ୍ସ ବିଶ୍ୱବିଦ୍ୟାଳୟର ଟ୍ରାକାର ରିପୋର୍ଟ ଅନୁଯାୟୀ ଗୁରୁବାର ରାତି ୮ଟା ୩୦ରୁ ଶୁକ୍ରବାର ରାତି ୮ଟା ୩୦ ମଧ୍ୟରେ ଏହି ୧,୪୮୦ ଜଣଙ୍କର ମୃତ୍ୟୁ ଘଟିଛି। ଏଯାବତ ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ଟପିଛି। ନ୍ୟୁୟର୍କରେ ସର୍ବାଧିକ ୩ ହଜାର ଲୋକଙ୍କର ମୃତ୍ୟୁ ହୋଇଛି।
from Odisha Reporter https://ift.tt/2RbfKlg
No comments:
Post a Comment