ଦେଶରେ ବଢ଼ିବ କି ଲକ୍‌ଡାଉନ୍ ଅବଧି? କ’ଣ କହୁଛନ୍ତି ଗବେଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 4, 2020

ଦେଶରେ ବଢ଼ିବ କି ଲକ୍‌ଡାଉନ୍ ଅବଧି? କ’ଣ କହୁଛନ୍ତି ଗବେଷକ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ୨୧ ଦିନିଆ ଲକ୍‌ଡାଉନ୍ ପାଳନ କରୁଛି। ଏହାରି ଭିତରେ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେଣୁ ଆଗାମୀ ଦିନରେ ଲକ୍‌ଡାଉନ୍ ଅବଧି ସରକାର ବଢ଼ାଇପାରନ୍ତି। ଆମେରିକାର ଏକ ଗବେଷକ ଟିମ୍ ଭାରତ ଉପରେ ଗବେଷଣା କରି ଏଭଳି ମତ ରଖିଛନ୍ତି। ନିକଟରେ କିନ୍ତୁ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ଲକ୍‌ଡାଉନ୍ ଅବଧି ବୃଦ୍ଧି ନେଇ ସରକାର କୌଣସି ଚିନ୍ତା କରିନଥିବା କହିଥିଲେ।

ଆମେରିକାର କନସଲଟିଂ ଫାର୍ମ ବୋଷ୍ଟନ କନସଲଟିଂ ଗ୍ରୁପ (ବିସିଜି) ଭାରତ ଉପରେ ଗବେଷଣା କରି କହିଛି, ଭାରତରେ ଲକ୍‌ଡାଉନ୍ ଅବଧି ସେପ୍ଟେମ୍ୱର ମାସ ଅଧା ଯାଏ ବୃଦ୍ଧି ହୋଇପାରେ। ତେବେ ଜୁନ୍ ଅନ୍ତିମ ସପ୍ତାହ ଏବଂ ସେପ୍ଟେମ୍ୱର ଦ୍ୱିତୀୟ ସପ୍ତାହ ମଧ୍ୟରେ ଦେଶବ୍ୟାପୀ ଲକ୍‌ଡାଉନ୍ ହଟାଇବା ପାଇଁ ଭାରତ ପ୍ରୟାସ କରିବ।

ତେବେ ବିଳମ୍ୱରେ ଲକ୍‌ଡାଉନ୍ ହଟାଗଲେ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ର ଏବଂ ସାର୍ବଜନୀନ ସ୍ଥିତି ପ୍ରଭାବିତ ହୋଇପାରେ। ଏଥିପାଇଁ ଭାରତକୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ। ଅନ୍ୟପଟେ ଜୁନ୍ ତୃତୀୟ ସପ୍ତାହ ବେଳକୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଯାଇଥିବ। ତେବେ ଏହି ରିପୋର୍ଟ ମାର୍ଚ୍ଚ ୨୫ ଯାଏ ତଥ୍ୟ ସଂଗ୍ରହ କରାଯାଇ ପ୍ରକାଶ କରାଯାଇଛି। ଆମେରିକାରର ଜନ ହୋପକିନ ବିଶ୍ୱବିଦ୍ୟାଳୟରେ ଥିବା ବିସିଜି ଏହି ଅଧ୍ୟୟନ କରିଛି।

ଏବେ ଭାରତ ସମେତ, ୟୁକେ, ଫ୍ରାନ୍ସ, ଆର୍ଜେଣ୍ଟିନା, ସ୍ପେନ୍, ପୋଲାଣ୍ଡ, ନରଓ୍ୱେ, ବେଲଜିୟମ, ଦକ୍ଷିଣ ଆଫ୍ରିକା, ଇଟାଲୀ ଏବଂ କଲୋମ୍ୱିଆ ଭଳି ଦେଶ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ରହିଛି।

ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୨ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୮ରେ ପହଞ୍ଚିଛି। ୧୮୩ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।



from Odisha Reporter https://ift.tt/2yzi8f9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages