ଡିସ୍‌ଚାର୍ଜ ହେଲେ ପ୍ରଥମ କରୋନା ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 2, 2020

ଡିସ୍‌ଚାର୍ଜ ହେଲେ ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଓଡ଼ିଶାବାସୀଙ୍କ ପାଇଁ ଏକ ଭଲ ଖବର ଆସିଛି। କରୋନାରେ ଆକ୍ରାନ୍ତ ହୋଇଥିବା ରାଜ୍ୟର ପ୍ରଥମ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ଓ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚର୍ଜ କରାଯାଇଛି। ତାଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ କରି ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଏହା ସହିତ ବିଭାଗ କ୍ୟାପିଟାଲ୍ ହସ୍‌ପିଟାଲ୍‌ର ମେଡିକାଲ୍ ଟିମ୍‌କୁ ଅଭିନନ୍ଦନ ଜଣାଇଛି।

ଏହା ପୂର୍ବରୁ ଏପ୍ରିଲ୍ ୧ ତାରିଖରେ ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ଯୁବକଙ୍କୁ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା। ସେ ଏମ୍‌ସରେ ଚିକିତ୍ସିତ ହେଉଥିଲେ। ସୂଚନାଯୋଗ୍ୟ, ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ଇଟାଲୀରେ ଥିଲେ। ତାଙ୍କ ଘର ଭୁବନେଶ୍ୱରରେ। ସେହିପରି ଦ୍ୱିତୀୟ ଆକ୍ରାନ୍ତ ବ୍ରିଟେନ୍‌ରୁ ଫେରିଥିଲେ।

ଏ ଦୁଇ ଜଣଙ୍କୁ ମିଶାଇ ଏଯାବତ୍ ଓଡ଼ିଶାରେ ୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଉ ତିନି ଜଣ ଚିକିତ୍ସାଧୀନ ଅଛନ୍ତି। ୫ମ ରୋଗୀ ଜଣଙ୍କ ଭୁବନେଶ୍ୱରର ସୂର୍ଯ୍ୟନଗର ଅଞ୍ଚଳର। ବିଏମ୍‌ସି ପକ୍ଷରୁ ତାଙ୍କ ପରିଚୟ ପ୍ରକାଶ କରାଯାଇଛି। ସେ ହେଉଛନ୍ତି ଭୁବନେଶ୍ୱରର ସୂର୍ଯ୍ୟ ନଗରର ଅଞ୍ଚଳର ପ୍ରଦୀପ୍ତ ଦଳବେହେରା। ସେ ବିଦେଶ ଗସ୍ତ କରି ନଥିଲେ କି ରାଜ୍ୟ ବାହାରକୁ ବି ଯାଇ ନଥିଲେ। ତଥାପି ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ତେଣୁ ପୂରା ସୂର୍ଯ୍ୟ ନଗର ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି।

 

 

 



from Odisha Reporter https://ift.tt/2UVcH1H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages